Friday, March 29, 2024

Top 5 This Week

Related Posts

ବାଲିଗୁଡା ବନବାସୀ ସେବା ସମିତି ଶିଶୁଯତ୍ନ ଅନୁଷ୍ଠାନକୁ ଟାବଲେଟ ବଣ୍ଟନ

ରିପୋର୍ଟ :  ବିଭୁତି ଲହରିୟା
କନ୍ଧମାଳ, ବାଲିଗୁଡ଼ା, (୧୨/୦୭) :  ସାରା ଦେଶରେ କରୋନା ଭୟାଭୟ ଓ ସରକାରଙ୍କ ସମସ୍ତ ନିୟମକୁ ଦୃଷ୍ଟି ରେ ରଖି ପାଠ୍ୟକ୍ରମ କୁ ଚାଲୁ ରଖିବା ନିମନ୍ତେ ବାଲିଗୁଡା ବନବାସୀ ସେବା ସମିତି, ଅଧୀନରେ ଥିବା ଶିଶୁଜତ୍ନ ଅନୁଷ୍ଠାନ ର ଛାତ୍ର ଛାତ୍ରୀଙ୍କ ନିମନ୍ତେ ସୁଦୂର ଜର୍ମାନୀ ର ସଂସ୍ଥା ଆଶାକିରଣ ର ସହାୟତାରେ ଅନଲାଇନ ପାଠ ନିମେନ୍ତ ଟାବଲେଟ ବଣ୍ଟନ କରାଯାଇଛି |

ଏଥିରେ  ବାଲିଗୁଡା ର ଉପଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ର ଯୋଗଦେଇ ଥିଲେ ଏବଂ ବାଲିଗୁଡା ବନବାସୀ ସେବା ସମିତି ଶିଶୁଯତ୍ନ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ର ଦୁଇଗୋଟି ମୂଲ୍ୟବାନ ସଂଜ୍ଞା ବିଷୟରେ ଆଲୋକ ପାତ କରିଥିଲେ | ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ରଶ୍ମିତା କରନ ଙ୍କ ଦ୍ୱାରା ଶିକ୍ଷାରେ ସଫଳତା ହାସଲ କରିବା ନିମନ୍ତେ ମନ୍ତ୍ର ପ୍ରଦାନ ଓ ଡ.ବେଣୁଧର ସ୍ୱତାର, ଭୁବନେଶ୍ୱର ଙ୍କ ଦ୍ୱାରା ଏହି ପ୍ରକଳ୍ପ ଏବଂ ସହାୟତା ର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ |

ଏଥିରେ ସି.ଡି.ପି.ଓ. ଅନିତା ଦାଶ, ସମିତି ର ସମ୍ପାଦକ ଉଛବ ଚନ୍ଦ୍ର ଜେନା ଏବଂ ଶେଷରେ ସମ୍ପାଦକ  ରବୀନ୍ଦ୍ର କୁମାର ପଣ୍ଡା ଛାତ୍ର ଛାତ୍ରୀ ଙ୍କୁ ଉତ୍ତମ ଭଭିଷ୍ୟତ କାମନା କରି ଧନ୍ୟବାଦ ଦେବା ପରେ ସଭା ଭଙ୍ଗ ହୋଇଥିଲା |

Popular Articles