Friday, March 29, 2024

Top 5 This Week

Related Posts

ସନ୍ଥକବି ଭୀମ ଭୋଇଙ୍କ ସମାଧି ପୀଠ ଖଲିଆପାଲିରେ ମାଘମେଳା କେବଳ ନୀତିକାନ୍ତିରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୧୧/୨) : ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଉପଜିଲ୍ଲାପାଳ ସୋନପୁର ନିହାର ରଞ୍ଜନ କଁହର ଙ୍କ ଅଧ୍ୟକ୍ଷ୍ୟତାରେ ଉପଜିଲ୍ଲାପାଳ ସୋନପୁର ଙ୍କ କାର୍ଯ୍ୟାଳୟ ଠାରେ ଚଳିତ ବର୍ଷ ତା ୧୪/୦୨/୨୨ ଠାରୁ ୧୬/୦୨/୨୨ ପର୍ଯ୍ୟନ୍ତ ହେବାକୁ ଥିବା ସନ୍ଥକବି ଭୀମ ଭୋଇଙ୍କ ସମାଧି ପୀଠ ଖଲିଆପାଲିରେ ମାଘମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l0947e9a7 e564 47d0 bd47 034970963c44 ସନ୍ଥକବି ଭୀମ ଭୋଇଙ୍କ ସମାଧି ପୀଠ ଖଲିଆପାଲିରେ ମାଘମେଳା କେବଳ ନୀତିକାନ୍ତିରେ

କରୋନା ସଂକ୍ରମଣ ଦୃଷ୍ଟିରୁ ସୁବର୍ଣ୍ଣପୁର ଜିଲ୍ଲା ବାସୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ପ୍ରଦର୍ଶନ ପୂର୍ବକ ସନ୍ଥକବି ଭୀମ ଭୋଇଙ୍କ ସମାଧି ପୀଠ ଖଲିଆପାଲିରେ ମାଘମେଳା ର ଆନୁସଙ୍ଗିକ କାର୍ଯ୍ୟକ୍ରମ କୁ ବାତିଲ କରାଯାଇଥିବା ବେଳେ କେବଳ ନୀତିକାନ୍ତି ସହ ପୂଜାର୍ଚନା କରାଯିବ l ବୈଠକରେ ନିଷ୍ପତ୍ତି ମୁତାବକ ମେଳାରେ କୌଣସି ଦୋକାନ ବଜାର, ମିନାବଜାର ଆଦିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ବାହାର ଦୋକାନ ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ ସମାରୋହ ପ୍ରଭୁତି କୁ ମଧ୍ୟ ବାରଣ କରାଯାଇଥିବା ସୂଚନା ଦିଆଯାଇଛି l

ମେଳା ଦିନ ଗୁଡ଼ିକରେ ଭକ୍ତ, ଶ୍ରଦ୍ଧାଳୁ ତଥା ସର୍ବସାଧାରଣଙ୍କ ଙ୍କ ଦର୍ଶନ କୁ ସମ୍ପୂର୍ଣ ଭାବେ ବାରଣ କରାଯାଇଛି l ଚଳିତ ବର୍ଷ ସମାରୋହ କୁ ନିରାଡ଼ମ୍ବର ସହ ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ନୀତି କାନ୍ତି ମଧ୍ୟରେ ପାଳନ କରାଯିବ l ଆଜିର ଏହି ବୈଠକରେ ସୋନପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପୁଷ୍ପାଞ୍ଜଳୀ ନିଙ୍ଗୀ, ବିଡ଼ିଓ ସୌମ୍ୟ ରଞ୍ଜନ ସ୍ୱାଇଁ, ସୋନପୁର ତହସିଲଦାର ନବୀନ କିଶୋର ପାଢ଼ୀଙ୍କ ସମେତ ମ୍ୟାନେଜିଂ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ, ଟ୍ରଷ୍ଟ ସମ୍ପାଦକ ଜନ୍ମେଜୟ ସ୍ୱାଇଁ, ପୀଠ ମହନ୍ତ ବାବା ସନ୍ୟାସୀ ଦାସ, କମିଟି ସଦସ୍ୟ ସୁମନ୍ତ ପଟେଲ, ମହାଦେବ ବଗର୍ତ୍ତୀ, କାର୍ତ୍ତିକ ଭୋଇ, ରଘୁନାଥ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles