କଲ୍ୟାଣସିଂହପୁର ବ୍ଲକ “ଖ” ଜୋନରେ ବିଜେଡି ର ଜବରଦସ୍ତ ପ୍ରଚାର

0
433
କଲ୍ୟାଣସିଂହପୁର ବ୍ଲକ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୧୧/୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ “ଖ” ଜୋନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିମନ୍ତେ ବିଜେଡି, ବିଜେପି, କଂଗ୍ରେସ, ବିଏସପି ଓ ସ୍ବାଧୀନ ପକ୍ଷରୁ ଜବରଦସ୍ତ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।f2922bfa 4fa6 439b 9cac 1a857033e75c କଲ୍ୟାଣସିଂହପୁର ବ୍ଲକ "ଖ" ଜୋନରେ ବିଜେଡି ର ଜବରଦସ୍ତ ପ୍ରଚାର

ଆଜି ବିଜେଡି ସମର୍ଥିତ ୱାର୍ଡ ସଭ୍ୟ ସଭ୍ୟା, ସରପଞ୍ଚ ପାର୍ଥୀ ସମିତି ଜିଲା ପରିଷଦ ପାର୍ଥୀ ଦଳୀୟ ଚିହ୍ନ ସହିତ ନିଜ ନିଜ ଚିହ୍ନ ଦେଖାଇ କଲ୍ୟାଣସିଂହପୁର ବ୍ଲକ “ଖ” ଜୋନ ର ଗାଁରେ ଗାଁ ରେ ପ୍ରତ୍ୟେକ ସାହି ର ଘର ଘର ବୁଲି ଭୋଟ ଭିକ୍ଷା ମାଗୁଛନ୍ତି । ଏଥିରେ ବିଜେଡି ଦଳ ର ବରିଷ୍ଠ ନେତା, ପ୍ରମୁଖ ଉପସ୍ଥିତ ରହି ଭୋଟ ଭିକ୍ଷା ମାଗୁଥିବା ଦେଖିବାକୁ ମିଳିଛି । ସେ ନିଜ ଦଳୀୟ ପତାକା ଲଗାଇ ଗ୍ରାମର ପ୍ରତ୍ୟେକ ଗଲି କନ୍ଦିରେ ତୋରଣ ମାଳା ମଧ୍ୟ ଲଗାଇ ପ୍ରଚାର ଆରମ୍ଭ କରିଛନ୍ତି ।

ଆଜି ଖ ଜୋନ ର ବିଜେଡି ଦଳ ପକ୍ଷରୁ ସେରିଗୁମା, ଶିକାରପାଇ, ପଞ୍ଚାୟତ ରେ ଜିଲ୍ଲା ପରିଷଦ ପାର୍ଥୀନୀ ବୋମି ଗୌରିଦେବୀ ଜବରଦସ୍ତ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଉକ୍ତ ପଞ୍ଚାୟତ ର ପ୍ରତ୍ୟେକ ଗାଁରେ ବୁଲି ଭୋଟ ଭିକ୍ଷା କରୁଥିବା ବେଳେ ପ୍ରତ୍ୟେକ ଗାଁର ସମର୍ଥକ ମାନେ ଫୁଲ ମାଳ ପିନ୍ଧେଇ ସ୍ଵାଗତ କରୁଥିବା ଦେଖିବାକୁ ମିଳିଛି । ଏ ସଂମ୍ପର୍କରେ ବୋମି ମାଧବ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଲୋକ ମାନଙ୍କ ସହଯୋଗ ଅଛି ନିଶ୍ଚିନ୍ତ ବିଜୟ ଲାଭ କରିବୁ ।