Related Contents

ବାପା ପୁଅ ମିଶି ତଣ୍ଟି କାଟିଲେ – ଜଣେ ଗୁରୁତର, ଝିଅ ବି ଆହତ

ବିନିକା (ଧ୍ରୁବରାଜ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ପାଳିପଡ଼ାରେ ଗୋଟିଏ ଘରର ବାପ ପୁଅ ମିଶି ଏକ ଧାରୁଆ ଅସ୍ତ୍ର ରେ ଅନ୍ୟ ଏକ ପରିବାରର ଜଣେ ବୃଦ୍ଧଙ୍କ ତଣ୍ଟିକୁ ହାଣି ଥିବାବେଳେ ଝିଅର ହାତରେ ଆଘାତ ଲାଗିଛି |

ଘଟଣାରୁ ପ୍ରକାଶ ଯେ ଗତକାଳି ବିଳମ୍ବିତ ରାତିରେ ପାଳିପଡାର ରାଜ କୁମାର ନାଗ(୬୦) ଓ ତାଙ୍କ ଝିଅ ନିନା ନାଗ (୨୫) ପରିବାର ସହ ଶୋଇଥିବାବେଳେ ସେହି ପଡାର ରମେଶ ଭୋଇ ଓ ପୁଅ ଆକାଶ ଭୋଇ ରାଜ କୁମାର ଘରକୁ ଯାଇ ଗାଳି ଗୁଲଜ କରିଥିଲେ | ପରେ ବେଶି ରାଗିଯାଇ ଧାରୁଆ ଅସ୍ତ୍ରରେ ତଣ୍ଟି କୁ ହାଣିଦେଇଥିଲେ | ଏଥିରେ ଝିଅ ନିନା ପ୍ରତିବାଦ କରି ଛଡ଼ାଇବାରୁ ତାର ମଧ୍ୟ୍ୟ ହାତରେ ଆଘାତ ଲାଗିଛି | ଉଭୟ ବାପ ଓ ଝିଅ ବିନିକା ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ରାଜ କୁମାର ଅବସ୍ଥା ଅତି ଗୁରୁତର ହେବାରୁ ତାକୁ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଁଇ ପଠାଯାଇଛି | ସେପଟେ ବାପ ଓ ପୁଅ ଅପରାଧ ଘଟାଇ ଫେରାର ଅଛନ୍ତି | ଏ ନେଇ ପୁଲିସ ଏକ ମକଦ୍ଦମା ୠଜୁକରି ତଦନ୍ତ ଜାରି ରଖିଛି |

Comments are closed.