ମାଓ ପ୍ରଭାବିତ ଅଞ୍ଚଳ ରେ ୪ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ

0
170
ମାଓ ପ୍ରଭାବିତ

ରିପୋର୍ଟ : ଶିବ ବିଶୋଇ
ଲମତାପୁଟ, ତାରିଖ(୧୧/୦୨) : ପୁଣି କିଛିଦିନ ପରେ ଆରମ୍ଭ ହୋଇଛି ଅପରେସନ ଗ୍ରୀନ କ୍ଲିନ୍ । କୋରାପୁଟ ପୋଲିସ ପୁଣି ମାଓ ପ୍ରଭାବିତ ଅଞ୍ଚଳରେ ୪ ଏକର ରେ ହୋଇଥିବା ୪ ହଜାର ୮୦୦ ସହ ଗଞ୍ଜେଇ ଗଛ ନଷ୍ଟ କରିଛି ।

କୋରାପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ବଡ଼ ପଦକ୍ଷେପ ନେଉଥିବା ଦେଖିବାକୁ ମିଳୁଛି । ଆନ୍ଧ୍ର ସୀମାନ୍ତବର୍ତ୍ତୀ ପାଡୁଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାର ନିକଟ ମାଳିପୁଟ ଏବଂ ପ୍ରଧାନି ଗୁଡା ଗ୍ରାମ ନିକଟ ରେ ବିପୁଳ ପରିମାଣରେ ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ । ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ପୂର୍ବରୁ ପୋଲିସ ସେଠାକୁ ପହଞ୍ଚି ପାରୁ ନଥିଲା । ଏହାର ସୁଯୋଗ ନେଇ ବେଆଇନ ଭାବରେ ବେଧଡକ ଗଞ୍ଜେଇ ଚାଷ ବଢ଼ି ଚାଲିଥିଲା । କିନ୍ତୁ କଡ଼ା ସୁରକ୍ଷା ରେ ପାଡୁଆ, କୋରାପୁଟ ପୋଲିସ , ଡି . ବି. ଏଫ . , ଅବକାରୀ , ବନ ବିଭାଗ ଏବଂ ଏଗ୍ଜୁଟିବ ମାଜିଷ୍ଟେଡଙ୍କ ଉପସ୍ଥିତିରେ ୪ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।

ଏହି ଗ୍ରାମ ଗୁଡ଼ିକ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଏବଂ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ କଡା ସୁରକ୍ଷା ଦ୍ରୁଷ୍ଟି ରେ ରଖି ବମ୍ ସ୍କ୍ୱାର୍ଡ ବିପୁଳ ଫୋର୍ସ ମୁତୟନ କରି ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ । ନନ୍ଦପୁର ଏବଂ ଲମତାପୁଟ ବ୍ଲକ ରେ ଚଳତ ବର୍ଷ ପ୍ରାୟ ୭୦୦ ଏକର ରୁ ଉର୍ଦ୍ଧ ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ।