Related Contents

ଓଡ଼ିଆ ଆଲବମ ଅଭିନେତ୍ରୀ ଏବେ ମାତା ମାହେଶ୍ୱରୀ, ଜୟପୁରରେ କରୁଛନ୍ତି କଳ୍କୀ ମହାଯଜ୍ଞ, ବସିଛନ୍ତି ପଦ୍ମ ଆସନରେ

ଜୟପୁର(ସୌମ୍ୟରଂଜନ ସାହୁ): ଗ୍ଲାମର ଦୁନିଆ ଛାଡି ସେ ଏବେ ପାଲଟି ଯାଇଛନ୍ତି ଆତ୍ମଘୋଷିତ ମାତା | ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଛାଇ ରହିଥିଲା ତାଙ୍କର ଯାଦୁ | ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଶ୍ୱେତ ମଲ୍ଲିକ |

ଗ୍ଲାମର ଦୁନିଆର ମୋହ ମାୟା ତାଙ୍କୁ ବହୁ ଦିନ ବାନ୍ଧିରଖିପାରିନଥିଲା | ସେ ଏବେ ପାଲଟି ଯାଇଛନ୍ତି ମାତା ମାହେଶ୍ୱରୀ | ସେ ଆଧ୍ୟାତ୍ମିକ ଦୁନିଆରେ ପାଦ ଦେଇ ଲୋକଙ୍କୁ ମୋକ୍ଷ ପ୍ରାପ୍ତି ମାର୍ଗ ଦେଖାଉଛନ୍ତି | କିଛି ଅଲୌକିକ ଶକ୍ତି ତାଙ୍କୁ ଆଧ୍ୟାତ୍ମିକ ଜଗତକୁ ଟାଣି ଆଣିଛି | ଜୟପୁରରେ ଆୟୋଜିତ କଳ୍କୀ ମହାଯଜ୍ଞ ରେ ସେ ଲୋକଙ୍କୁ ଦେଉଛନ୍ତି ମୋକ୍ଷ ପ୍ରାପ୍ତି ର ମନ୍ତ୍ର | ଗ୍ଲାମର ଦୁନିଆ ଛାଡିବା ଏତେ ସହଜ କଥା ନୁହେଁ | ଯଦି ଗ୍ଲାମର ୨୯ ଛାଡି ଆଧ୍ୟାତ୍ମିକ ଦୁନିଆରେ ପାଦ ଦେଉଛି ତେବେ ସମସ୍ତେ ଖୁସି ହେବ କଥା ବୋଲି କହିଛନ୍ତି ଶ୍ଵେତା ଓରଫ ମାତା ମାହେଶ୍ୱରୀ | କିଛି ଦୈବୀ ଶକ୍ତି ଯୋଗୁଁ ସେ ଆଧ୍ୟାତ୍ମିକ ଦୁନିଆରେ ପାଦ ଦେଇଛନ୍ତି | ଏମିତି କେହି ଖାଲି ଖାଲି ରେ ଗ୍ଲାମର ଦୁନିଆ ଛାଡି ଆଧ୍ୟାତ୍ମିକ ଦୁନିଆକୁ ଚାଲିଆସିବ ନାହିଁ ବୋଲି ସେ କହିଛନ୍ତି |
ଗତ ୧୦ତାରିଖରୁ ଜୟପୁର ସ୍ଥିତ ସୌରାଗୁଡାରେ ଆୟୋଜିତ କଳ୍କୀ ମହାଯଜ୍ଞ ରେ ମାତା ମହେଶ୍ୱରୀଙ୍କୁ ପଦ୍ମ ଫୁଲ ଆସନରେ ବସିଥିବା ଦେଖିବାକୁ ମିଳିଛି | ଏ ଯଜ୍ଞରେ ବାବା ସପ୍ତଫନି ନଗର ଆସନରେ ବସିଥିବା ବେଳେ ମାତା ମାହେଶ୍ୱରୀ ବସୁଛନ୍ତି ପଦ୍ମଫୁଲର ଆସନରେ | ଭକ୍ତ ମାନେ ତାଙ୍କୁ ପୂଜା କରୁଛନ୍ତି ଆଳତି କରୁଛନ୍ତି ତାଙ୍କ ପାଦ ତଳେ ପୂଜା ମଧ୍ୟ କରୁଛନ୍ତି | ଗତ ୧୮ବର୍ଷ ଧରି ସେ ବାବା ଅନନ୍ତ କେଶରୀଙ୍କ ସହ ମିଶି ବିଶ୍ୱ ଶାନ୍ତି ପାଇଁ ଏଭଳି ମହାଯଜ୍ଞର ଆୟୋଜନ କରୁଛନ୍ତି | ଜୟପୁର ରେ ୧୬ନ. ମହାଯଜ୍ଞର ଆୟୋଜନ ହୋଇଥିଲା | ୨୭ ନମ୍ବର ମହାଯଜ୍ଞ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ସୂଚନା ରହିଛି | ଏଭଳି ବିଭିନ୍ନ ସ୍ଥାନରେ ବିଶ୍ୱ ଶାନ୍ତି ମହାଯଜ୍ଞ ଆୟୋଜନ କରି ଟଙ୍କା ଆଦାୟ କରୁଛନ୍ତି | ଟଙ୍କା ଅନୁଗାମୀ ଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢି ବଢି ଚାଲିଛି | ତେବେ ଆତ୍ମଘୋଷିତ ବାବା-ମାତାଙ୍କୁ ନେଇ ବିବାଦ ମଧ୍ୟ ଦେଖା ଦେଇଛି |

Comments are closed.