ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକ ଗିରଫ !

0
131
ଆସିଷ୍ଟାଣ୍ଟ କଲେକ୍ଟର

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୧/୦୨) : ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ ହେଲେ ରାଉରକେଲା ର ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକ । ତାଙ୍କ ପାଖରୁ ଭିଜିଲାନ୍ସ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ଆୟ ବର୍ହିଭୁତ ସମ୍ପତ୍ତି ଜବତ କରିଥିବା ବେଳେ ସେ ବହୁ ବେନାମୀ ସମ୍ପତ୍ତି ଠୁଳ କରିଥିବା ସନ୍ଦେହ କରିଛି ।

ଗତକାଲି ଭିଜିଲାନ୍ସ ତାଙ୍କ ଘର ଓ ତାଙ୍କ ସମ୍ପର୍କୀୟଙ୍କ ଘର ଉପରେ ଚଢ଼ଉ କରି ଏହି ସବୁ ସମ୍ପତ୍ତି ଜବତ କରିଥିଲା । ସୂଚନା ଅନୁସାରେ ଓଆରଏସ୍ ଅଧିକାରୀ ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ନାୟକଙ୍କୁ ଆଜି ଗିରଫ କରାଯାଇ ସୁନ୍ଦରଗଡ଼ ସ୍ଥିତ ସ୍ପେଶାଲ ଭିଜିଲାନ୍ସ ବିଚାରପତିଙ୍କ ପାଖରେ ହାଜର କରାଯାଇଥିଲା । ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି ।

ମନୋରଞ୍ଜନ ନାୟକ ଓ ତାଙ୍କ ସାନଭାଇଙ୍କ ବିରୁଦ୍ଧରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି । ତାଙ୍କର ରାଉରକେଲାରେ ୭୫ ଲକ୍ଷ ଟଙ୍କା ର ଏକ ତିନି ମହଲା କୋଠା ଘର, ରାଉରକେଲାରେ ୩୫ ଲକ୍ଷ ଟଙ୍କା ର ଏକ କୋଠା, ଭୁବନେଶ୍ୱର ଗୋଠପାଟଣାରେ ୫୦ ଲକ୍ଷ ଟଙ୍କା ର ୩ ବେଡରୁମ ବିଶିଷ୍ଟ ଫ୍ଲାଟ, ୨ଟି ଚାରି ଚକିଆ ଗାଡ଼ି ସମେତ ବହୁ ସୁନା ଅଳଙ୍କାର, ବ୍ୟାଙ୍କ ଜମା ଆଦି ଜବତ ହୋଇଛି ।