ଗୋବିନ୍ଦ ର ଜାମିନ ଆବେଦନ ପାଇଁ କୌଣସି ଆଇନଜୀବୀ ନ ଆସିବା ନେଇ ବିଚାରପତିଙ୍କ ନିର୍ଦ୍ଦେଶ

0
130
ଗୋବିନ୍ଦ

ଜାମିନ ଆବେଦନ ନାମଞ୍ଜୁର, ଶାସକ ଦଳ ଚାପ ରେ ଦୋଷୀ କୁ ଦଣ୍ଡ ବିଧାନ କରିବା ନିମନ୍ତେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଙ୍କ କଳା କୋର୍ଟ ପିନ୍ଧିବା ମନ୍ତବ୍ୟ ।

ରିପୋର୍ଟ : ସନ୍ତୋଷ କୁମାର ନାୟକ

ବଲାଙ୍ଗୀର, ତା(୧୧/୦୨) : ଗତ ଅକ୍ଟୋବର ମାସରେ ଅପହୃତା ଓ ହତ୍ୟା ର ଶିକାର ହୋଇଥିବା ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମେହେର ଟିଟିଲାଗଡ ଥାନା ର ବାରାକ୍ ରୁ ଫେରାର୍ ଅଭିଯୋଗ ର ଜାମିନ ଆବେଦନ କୁ ଗତକାଲି ଟିଟିଲାଗଡ ଜେଏମ ଏଫ ସି ନାମଞ୍ଜୁର କରିଦେଇଛନ୍ତି ।

କୋର୍ଟରେ କେହି ଓକିଲ ଗୋବିନ୍ଦ ର କେସ୍ ନେବାକୁ ଆଗେଇ ନ ଆସିବାରୁ ମାନ୍ୟବର ଜଜ୍ ଙ୍କ ନିର୍ଦ୍ଦେଶରେ ଲିଗାଲ୍ ଏଡ୍ ପକ୍ଷରୁ ସୁରେନ୍ଦ୍ର ପଣ୍ଡା ଶେଷରେ ଜାମିନ ପିଟିସନ ଦାଖଲ କରିଥିଲେ ଓ ଏହା ନାମଞ୍ଜୁର ହୋଇଯାଇଥିଲା । କଣ୍ଟାବାଞ୍ଜି ଧାମନଡଙ୍ଗା ସ୍ଥିତ ଉପକାରାଗାରରେ ବିଚାର ବିଭାଗୀୟ ହାଜତରେ ଅଟକଥିବା ଏହି ଅଭିଯୁକ୍ତକୁ ଏକ ସ୍ୱତନ୍ତ୍ର ଭ୍ୟାନ୍ ରେ ଗଣମାଧ୍ୟମ ର ଦୃଷ୍ଟି ଆଢୁଆଳରେ ପୁଲିସ୍ ଟିଟିଲାଗଡ କୋର୍ଟରେ ନେଇ ହାଜର କରାଇଥିଲା ।

ଏ ସମ୍ପର୍କରେ ଜିଆର କେସ୍ ନ୦ ୪୩୧/୨୧ ଏବଂ ପୁଲିସ୍ କେସ୍ ନ୦ ୩୫୧/ ତା ୧୮ /୧୦/୨୦୨୧ ଅନୁଯାୟୀ ମାମଲା ଋଜୁ ହୋଇଥିଲା । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା ଅଭିଯୁକ୍ତ ଗୋବିନ୍ଦ ସାହୁ ଚମ୍ପଟ ମାରିଥିଲା ନା ତାକୁ ଖସେଇ ଦିଆଯାଇଥିଲା ମମିତା ମେହେର ହତ୍ୟା ମାମଲାରେ ବଲାଙ୍ଗୀର ପୁଲିସ୍ ଗିରଫ କରି ତାକୁ ଟିଟିଲାଗଡ ଥାନା ପରିସର ର ପୁଲିସ୍ ବାରାକ୍ ରେ ରଖିଥିଲା ।

କଳାହାଣ୍ଡି ଜିଲ୍ଲା ର କେ ଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସାଇନ୍ସ କଲେଜ ସଂଲଗ୍ନ ସନ୍ ସାଇନ୍ ପବ୍ଲିକ୍ ସ୍କୁଲ୍ ରେ ଅଧ୍ୟକ୍ଷା ଥିବା ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନାନ୍ତର୍ଗତ ଝରଣୀ ଗ୍ରାମ ର ମମିତା ମେହେରଙ୍କୁ ପରକୀୟା ସମ୍ପର୍କରୁ ଗତବର୍ଷ ଅକ୍ଟୋବର ୮ ତାରିଖରେ ଡକାଇ ନେଇ ଚାନ୍ଦୋତରା ନିକଟରୁ ବସ୍ ରୁ ଓହ୍ଲାଇ ନେଇ ଅଧବାଟରୁ ଅଭିଯୁକ୍ତ ନିଜ କାର୍ ରେ ଅପହରଣ କରି ନେଇ ହତ୍ୟା କରି ମହାଲିଙ୍ଗ ସ୍କୁଲ ପଡିଆରେ ପୋଡି ଗାତ ଖୋଳି ପୋତିଦେଇଥିବା ଅଭିଯୋଗରେ ସିନ୍ଧେକେଲା ଥାନାରେ ସେହି ମାସ ୧୩ ତାରିଖ ର ଏତଲା କ୍ରମେ ସିନ୍ଧେକେଲା ପୁଲିସ୍ ଦ୍ୱାରା ସେହି ମାସ ୧୫ ତାରିଖରେ ପ୍ରଥମେ ଗିରଫ ହୋଇଥିଲା ।

ସେହି ଅକ୍ଟୋବର ୧୭ ତାରିଖରେ ସେ ଟିଟିଲାଗଡ ଥାନା ପୁଲିସ୍ ବାରାକ୍ ରୁ ଫେରାର୍ ହୋଇଯାଇଥିବା କୁହାଯାଇଥିଲା ଓ ପରଦିନ ତାକୁ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଝରିଏଲ୍ ଗ୍ରାମର ତା’ର ସମ୍ପର୍କୀୟଙ୍କ ଆଖୁବାଡିରୁ ପୁଣି ଗିରଫ ହୋଇଥିବା ପୁଲିସ୍ କହିଥିଲା । ତେବେ ସେହି ୧୯ ତାରିଖରେ ମହାଲିଙ୍ଗ ଷ୍ଟାଡିୟମରୁ ମାଟି ଖୋଳାଯାଇ ମମିତାର ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହେଲା ।

ସେହି ଦିନ ସନ୍ଧ୍ୟାରେ ଅଭିଯୁକ୍ତ ଗୋବିନ୍ଦ ର ଆଖୁବାଡିରୁ ଗିରଫ ହେବା ଓ ଇତି ମଧ୍ୟରେ ମହାଲିଙ୍ଗ କଲେଜ ହଷ୍ଟେଲର ଏକ ସନ୍ଦିଗ୍ଧ କୋଠରୀ ସମେତ କଲେଜ ବନାମ ସ୍କୁଲର ସମସ୍ତ ସିସିଟିଭି ରେକର୍ଡକୁ ନଷ୍ଟ କରି ଦିଆଯାଇଥିବାର ଉଦ୍ଦେଶ୍ୟ ଓ ଅଭିଯୁକ୍ତଙ୍କୁ ଏହି ତଦନ୍ତ ରିପୋର୍ଟ ର ପରିସର ଭୁକ୍ତ କରାଯାଇଛି କି ନାହିଁ ଅସ୍ପଷ୍ଟ ରହିଛି ।

କାରଣ ଏହି ନରହତ୍ୟା ଓ ପ୍ରମାଣ ନଷ୍ଟ କାଣ୍ଡ କାରଖାନା ପଛରେ ସେହି ସ୍କୁଲ ଓ କଲେଜରେ ଚାଲୁଥିବା ସେକ୍ସ ରାକେଟ୍ ଅଭିଯୋଗ ସହିତ ଅଭିଯୁକ୍ତ ସହ ଘନିଷ୍ଠ ସେଠାକାର ବିଧାୟକ ତଥା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କର ସମ୍ପୃକ୍ତି ଓ ଇଙ୍ଗିତ ରହିଥିବା ଅଭିଯୋଗ ସମ୍ପର୍କରେ ରାଜ୍ୟ ବ୍ୟାପି ତୁମୁଳ ପ୍ରତିକ୍ରିୟା ଓ ହଟ୍ଟଗୋଳ ଅଦ୍ୟାବଧି ଜାରୀ ରହିଛି ।

ତେଣୁ ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ପୁଲିସ୍ ର ସହଯୋଗରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଆସି ଏହି ତଥ୍ୟ ପ୍ରମାଣ ନଷ୍ଟ କରିଛି ଓ ଏହି ସୁଯୋଗ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ଷଡଯନ୍ତ୍ର କରାଯାଇଛି ବୋଲି ରାଜନୈତିକ ଦଳ ଠାରୁ ଗଣମାଧ୍ୟମ ଓ ଲୋକେ ଚର୍ଚ୍ଚା ଓ ଅଭିଯୋଗ କରିଆସୁଛନ୍ତି । ଏଣୁ ଗୋବିନ୍ଦ ସାହୁ ବିରୋଧରେ ଥରକୁ ଥର ଦୁଇଟି ଜିଲ୍ଲା ର ଏ ଥାନାରୁ ସେ ଥାନା ବୁଲାଇ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା, ଅଭିଯୁକ୍ତ ଗୋବିନ୍ଦ ସାହୁ ଚମ୍ପଟ ମାରିଥିଲା ନା ତାକୁ ଖସେଇ ଦିଆଯାଇଥିଲା ଏକ ପ୍ରକାର ପ୍ରହସନ ହୋଇଯାଇଛି ।

ଏତଲା ଗ୍ରହଣ ପରେ ଏ ଥାନାରୁ ସେ ଥାନାରେ ଗିରଫ କରି ରଖାଯିବା ଓ ବାରାକ୍ ରୁ ଛାଡିଦେବା ଇତ୍ୟାଦି ସହ ସନ୍ଦେହକୁ ଆସୁଥିବା ପୁଲିସ୍ ଅଧିକାରୀ, ବଡବଡିଆଙ୍କୁ ଏହି ଅଭିଯୋଗ ର ତଦନ୍ତ ର ପରିସର ଭୁକ୍ତ କରାଯିବା କଥା ବୋଲି ଜନସାଧାରଣ ମତ ଦିଅନ୍ତି । ଯଦିଓ ବାରାକ୍ ରୁ ଅଭିଯକ୍ତର ଫେରାର୍ ନିମନ୍ତେ ଦାୟୀ କରାଯାଇ ତିନିଜଣ ସୁରକ୍ଷା କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ସେହିପରି ଦାୟିତ୍ୱରେ ଅବହେଳା ନିମନ୍ତେ କେ’ଗାଁ ଥାନାଧିକାରୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।

ଲୋକେ ଦୃଢ ସନ୍ଦେହ କରିଆସୁଥିବା ଗୋବିନ୍ଦ ସାହୁକୁ ଜାଣିଶୁଣି ଫେରାର୍ କରାଇ ନାଟକୀୟ ଭାବେ ଦିନକ ପରେ ପୁନଃ ଗିରଫ ମଧ୍ୟରେ ଏହାର ମୁଖ୍ୟ ବୋଲି ଅଭିଯୋଗ କରାଯାଇ ଆସୁଥିବା ମନ୍ତ୍ରୀଙ୍କ ବିରୁଦ୍ଧରେ ତଥ୍ୟ ପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତ କୁ ସୁଯୋଗ ଦେବା ନିମନ୍ତେ ବଡବଡିଆ ପୁଲିସ୍ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ତଦନ୍ତରି ପୋର୍ଟରେ ବିବରଣୀ ରହିବା କଥା ବୋଲି ଜନମତ ପ୍ରକାଶ ପାଉଛି ।

ସେହିପରି ଏହି ଚର୍ଚ୍ଚିତ ନିନ୍ଦନୀୟ ଘଟଣା ରେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ବିଭିନ୍ନ ମହଲରେ କ୍ଷୋଭ ସୃଷ୍ଟି କରିଥିବା ବେଳେ ବରିଷ୍ଠ ବିରୋଧୀ ଦଳର କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର କଳା କୋର୍ଟ ପିନ୍ଧିବାକୁ ବାଧ୍ୟ ହେବି ବୋଲି ପ୍ରେସ ମିଟ ଜରିଆରେ ମତ ଦେଇଥିଲେ । ଏ ନେଇ ସାଧାରଣରେ ବେସ ଆସ୍ଥା ଜନକ ମନ୍ତବ୍ୟକୁ ନେଇ ନ୍ୟାୟିକ ପ୍ରକ୍ରିୟା ଉପରେ ଭରଷା ସୃଷ୍ଟି କରିଥିଲା ।