Friday, March 29, 2024

Top 5 This Week

Related Posts

ଓଡ଼ିଶାରେ ବିଧାନ ପରିଷଦ ଗଠନ ପ୍ରସଙ୍ଗ : ସଂସଦରେ ଉତ୍ତର ରଖିଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୧୧/୦୨) : ଓଡ଼ିଶାରେ ବିଧାନ ପରିଷଦ ଗଠନ ପ୍ରସଙ୍ଗ । ସଂସଦରେ ଉତ୍ତର ରଖିଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ । ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଲିଖିତ ପ୍ରଶ୍ନ ର ଉତ୍ତର ରେ କେନ୍ଦ୍ର କିଛି ସଂକଳ୍ପ ପାଇନି ବୋଲି କିରଣ ରିଜିଜୁ କହିଛନ୍ତି ।

ଓଡ଼ିଶାରେ ବିଧାନ ସଭା ପରିଷଦ ଗଠନ ନେଇ ଓଡ଼ିଶା ପ୍ରସ୍ତାବ ପାରିତ କରିଥିଲା, ଏ ଦିଗରେ କେନ୍ଦ୍ର ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ । କେନ୍ଦ୍ର କହିଥିଲେ ବର୍ତ୍ତମାନ ୬ଟି ରାଜ୍ୟରେ ବିଧାନ ପରିଷଦ ରହିଛି । ଆଉ ୩ଟି ରାଜ୍ୟ ଆସାମ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ବିଧାନସଭା ପରିଷଦ ଗଠନ ପାଇଁ ପ୍ରସ୍ତାବ ପାସ କରିଛନ୍ତି । କିନ୍ତୁ ଓଡ଼ିଶା ତରଫରୁ କୌଣସି ଔପଚାରିକ ପ୍ରସ୍ତାବ ଆସିନାହିଁ ।

ରାଜ୍ୟରେ ବିଧାନପରିଷଦ ଗଠନ ପାଇଁ ୨୦୧୮ ସେପ୍ଟସମ୍ବର ୬ରେ ବିଧାନସଭାରେ ପାରିତ ହୋଇଥିଲା ସଂକଳ୍ପ । ବର୍ତମାନ ୬ଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶରେ ବିଧାନପରିଷଦ ରହିଛି ।

Popular Articles