Related Contents

ଜିଲ୍ଲା ମଙ୍ଗଳ ବିଭାଗରେ ହିନ୍ଦୀ ଶିକ୍ଷକ ନିଯୁକ୍ତିରେ ଅନିୟମିତା ଅଭିଯୋଗ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି(ଏ.ସତୀଶ): ନବରଙ୍ଗପୁର ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ବିଭିନ୍ନ ପଦବୀରେ ନିର୍ଯୁକ୍ତି ନେଇ ୧୦.୦୫.୨୦୧୮ ଜିଲ୍ଲାରେ ଖାଲି ଥିବା ୧୨୩ ଗୋଟି ପଦବୀ ମଧ୍ୟରୁ ଶିକ୍ଷକ ୧୧ ଗୋଟି ପଦବୀ ପାଇଁ ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା । କିନ୍ତୁ ହିନ୍ଦୀ ଶିକ୍ଷକ ପଦବୀ ପାଇଁ ସଂରକ୍ଷଣ ଥିବା ସାମାଜିକ ଆର୍ଥିକ ପଛୁଆ ବର୍ଗ ମହିଳା ହିନ୍ଦୀ ଶିକ୍ଷକ ନିର୍ଯୁକ୍ତିରେ ଅୟନିୟମିତା ହୋଇଥିବା ଆଶାୟୀ ପ୍ରାଥିନି କଳ୍ପନା ଉଠାନ ସିଂ ଅଭିଯୋଗ କରିଛନ୍ତି ।

୧୧ ଗୋଟି ପଦବୀ ମଧ୍ୟରୁ ସାମାଜିକ ଆର୍ଥିକ ପଛୁଆ ବର୍ଗ ପାଇଁ ଗୋଟିଏ ପଦବୀ ସ୍ଥାନ ସଂରକ୍ଷଣ ନିମନ୍ତେ କଳ୍ପନା ଉଠାନସିଂ ସମସ୍ତ ଯୋଗ୍ୟତା ଭିତ୍ତିରେ ସଂରକ୍ଷଣ ଥିବା ପଦବୀ ପାଇଁ ଆବେଦନ କରିଥିଲେ । ସବୁ ପ୍ରାର୍ଥୀଙ୍କ ନଥିପତ୍ର କୁ ଆଧାର କରି ହିନ୍ଦୀ ଶିକ୍ଷୟତ୍ରୀ ପଦବୀ ଡ୍ରାଫ୍ଟ ତାଲିକାରେ କ୍ରମିକ ୯ ନମ୍ବର ଥିବା ଜିଲ୍ଲା ୱେବସାଇଟରେ ପ୍ରକାଶିତ ହୋଇଥିବା ବେଳେ ତେଜିଲା ରାଣୀ ପାତ୍ର ନାମକ ପ୍ରାର୍ଥୀନୀଙ୍କ ନାମ କ୍ରମିକ ତାଲିକା ୭୫ ନମ୍ବର ସ୍ଥାନ ରେ ପ୍ରକାଶିତ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ୭.୧.୨୦୧୯ ତାରିଖରେ ପତ୍ର ସଂଖ୍ୟା ୨୨/୨୦୧୯ ପ୍ରଥମ ପର୍ଯ୍ୟାୟ ଚୟନ ତାଲିକାରେ ୧୧ ଜଣ ହିନ୍ଦୀ ଶିକ୍ଷକ ନାମ ପ୍ରକାଶିତ ପାଇଥିଲା ।ଉକ୍ତ ତାଲିକାରେ କଳ୍ପନା ଉଠାନ ସିଂଙ୍କ କ୍ରମିକ ସଂଖ୍ୟା ୭ ରେ ଥିବାବେଳେ ମୋଟ ନମ୍ବର ଶତକଡା ୧୮୨.୩୭ ପ୍ରତିଶତ ରହିଥିଲା । ଅନ୍ୟପକ୍ଷ ରେ ତେଜିଲା ରାଣୀ ପାତ୍ର ମୋଟ ନମ୍ବର ୧୩୦.୧୩ ରହିଥିବାରୁ ସେ ସ୍ଥାନ ପାଇ ନ ଥିଲେ । କିନ୍ତୁ ପରବର୍ତ୍ତୀ ସଂଶୋଧନ ବିଜ୍ଞପ୍ତି ତା୧୧.୦୧.୨୦୧୯ ରିଖ ପତ୍ର ସଂଖ୍ୟା ୪୯/୨୦୧୯ ପ୍ରକାଶ ପାଇଲା ।ଉକ୍ତ ପ୍ରକାଶିତ ତାଲିକାରେ ପୂର୍ବରୁ ଚୟନ ହୋଇସାରିଥିବା କଳ୍ପନା ଉଠ।ନସିଂ ନାମକୁ ବାଦ ଦେଇ କମ ନମ୍ବର ରଖିଥିବା ଓ ସ୍ନାତକ ସାର୍ଟିଫିକେଟ ଜମାଦେଇନ ଥିବା ତେଜିଲା ରାଣୀ ପାତ୍ର ନାମ ତାଲିକାରେ ସ୍ଥାନ ପାଇଥିବା ଆଶାୟୀ ପ୍ରାଥିନି କଳ୍ପନା ଉଠାନ ସିଂ ଅଭିଯୋଗ କରିଛନ୍ତି । ୧୧ ତାରିଖରେ ଜିଲ୍ଲା ୱେବସାଇଟରେ ଚଡ଼ା ଯାଇଥିବା ତାଲିକାରେ ମଧ୍ୟ ତେଜିଲା ରାଣୀ ପାତ୍ରଙ୍କ ମୋଟ ନମ୍ବର ୧୩୦.୧୩ ରହିବା ସହ ସ୍ନାତକ ସାର୍ଟିଫିକେଟ ଜମା କରି ଥିବା ଉଲ୍ଲେଖ କରାଯାଇଛି । କେଉଁ ଉଦ୍ଦେଶ୍ୟ ନେଇ ଅଧିକ ନମ୍ବର ଥିବା ପ୍ରାର୍ଥୀଙ୍କ ନାମକୁ ତାଲିକାରୁ ବାଦ ଦେଇ କମ ନମ୍ବର ରଖିଥିବା ପ୍ରାର୍ଥୀନୀ ଚୟନ କରାଯାଇଛି ବୋଲି ଆଶାୟୀ ପ୍ରାର୍ଥୀ ପ୍ରଶ୍ନ କରିଥିଲେ। ଆଶାୟୀ ପ୍ରାର୍ଥୀନୀ କଳ୍ପନା ଉଠାନସିଂ ଶିକ୍ଷକ ନିଯୁକ୍ତିରେ ଅନିୟମିତାକୁ ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ନ୍ୟାୟ ପ୍ରାର୍ଥନା କରିଥିବା ଗଣ ପ୍ରତିନିଧି ମାନଙ୍କୁ ସୂଚନା ଦେଇ ଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ ପଚାରିବାରୁ ତାଙ୍କ ଅଧିନସ୍ଥ କର୍ମଚାରୀ ଭୁଲ ଡାଟା ଏଣ୍ଟ୍ରି ଯୋଗୁଁ ଏହିପରି ହୋଇଛି ଓ ତେଜିଲା ରାଣୀ ପାତ୍ର ସ୍ନାତକ ଯୋଗ୍ୟତା ପ୍ରମାଣ ପତ୍ର ପୂର୍ବରୁ ଦାଖଲ କରିଥିବା ବହୁ ହାଲୁକା ଭାବେ ନିଜର ପ୍ରତିକ୍ରିୟା ରଖିଥିଲେ ।ଅନ୍ୟ ପକ୍ଷରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ କିପରି ଭାବେ ତିନି ତିନି ଥର ପ୍ରକାଶିତ ତାଲିକାରେ ଅଦଳବଦଳ କରାଯାଇଛି ଏବଂ ଉକ୍ତ ନିର୍ଯୁକ୍ତିରେ ବହୁତ ବଡ଼ ଧରଣର ଘୋଟଲା ହୋଇଥିବା ସନ୍ଦେହ କରାଯାଉଥିବା କହିଥିଲେ । ଉକ୍ତ ନିର୍ଯୁକ୍ତି ପ୍ରକ୍ରିୟାକୁ ବାତିଲ କରି ପୁନର୍ବାର ନୂଆ ଭାବରେ ବିଜ୍ଞପ୍ତି ପ୍ରକାଶ କରାଯିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।

Comments are closed.