Tuesday, March 19, 2024

Top 5 This Week

Related Posts

ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନ ଦେଲେ ଭତ୍ତା, ରାସନ ଓ ଆବାସ ବନ୍ଦ : ପ୍ରମିଳା ମଲିକ

ରିପୋର୍ଟ : ଆରୁଶ୍ରୀ //
ଯାଜପୁର, (୧୦/୦୨) : ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନ ଦେଲେ ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ ବୋଲି ଭୋଟରଙ୍କୁ ସିଧାସଳଖ କହିଛନ୍ତି ବିଂଝାରପୁର ବିଧାୟିକା ପ୍ରମିଳା ମଲିକ

ପ୍ରମିଳାଙ୍କ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନ ଦେଲେ ଭତ୍ତା, ରାସନ ଓ ଆବାସ ବନ୍ଦ ଭଳି ବକ୍ତବ୍ୟ କୁ ବୁଦ୍ଧିଜୀବୀ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଆଦର୍ଶ ଆଚରଣ ବିଧି ର ଖୋଲା ଖୋଲି ଉଲଂଘନ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ବିଂଝାରପୁର ବ୍ଲକ ଅଳକୁଣ୍ଡ ପଞ୍ଚାୟତ ତଥା ଗ୍ରାମରେ ଆଜି ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ପ୍ରମିଳା ମଲିକ ଯୋଗଦେଇ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଗଣେଶ ସାହୁଙ୍କୁ ମାଛ ଚିହ୍ନରେ ଭୋଟ ଦେବା ସହ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ ।

ଯଦି ଆଉ କାହାକୁ ଭୋଟ ଦିଅ ତେବେ ବାର୍ଦ୍ଧକ୍ୟ ଭତ୍ତା, ରାସନ ଓ ଆବାସ ଯୋଜନାରେ ଘର ପାଇଁ ମୋତେ କହିବନି ବୋଲି ଉପସ୍ଥିତ ଲୋକଙ୍କୁ ରୋକଠୋକ କହିଥିଲେ।

Popular Articles