Related Contents

ପରକିଆ ପ୍ରୀତିରୁ ଯୁବକଙ୍କୁ ହତ୍ୟା

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ଏମପିଭି ୩୮ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ନିରଞ୍ଜନ ସରଦାର ଏମପିଭି ୪ରେ ।

ଗତକାଲି ରାତି ଭେଜଙ୍ଗିଗୁଆ ଯାତ୍ରା ଦେଖିବାକୁ ଯାଉଥିବା ସମୟରେ ହଠାତ ଏକ ସମୀର ବୈରାଗୀ ନାମକ ଏକ ଯୁବକ ପଛପଟୁ ଛୁରାରେ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହି ତାଙ୍କର ମୃତ୍ୟୁ ହୋଇଥିଲା ।ବିଳମ୍ବିତ ରାତିରେ କିଛି ଲୋକ ମୃତ ଦେହ ଦେଖି ପୋଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରିଛି । ତାର ସ୍ତ୍ରୀ ସହ ସମ୍ପର୍କ ଥିବାରୁ ହତ୍ୟା କରିଥିବା ଅଭିଯୁକ୍ତ କହିଛି ।

Comments are closed.