Friday, March 29, 2024

Top 5 This Week

Related Posts

ପିଜିଟି ପାଇଁ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ଦରକାର ନାହିଁ ବିଇଡି : ନିୟମରେ ପରିବର୍ତ୍ତନ କଲେ ସରକାର

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୭/୦୭) : ଦିର୍ଘ ଦିନ ଧରି ଉଠୁଥିବା ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ଦାବିକୁ ସରକାର ଗ୍ରହଣ କରିଛନ୍ତି । ଏଣିକି ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ(ପିଜିଟି) ଶିକ୍ଷକତା ପାଇଁ ଆଉ ବିଇଡି ଆବଶ୍ୟକ ପଡିବନି ।

ଯେଉଁମାନେ ପିଜିରେ ମୋଟ ଉପରେ ୫୦ ପ୍ରତିଶତ ମାର୍କ ରଖି ପାସ ହୋଇଥିବେ ସେମାନଙ୍କ ପାଇଁ ବିଇଡିର ଆବଶ୍ୟକତା ପଡିବ ନାହିଁ ଏବଂ ସେମାନେ ପିଜିଟି ରେ ଆବେଦନ କରିପାରିବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜ୍ୟ ସରକାର ପୂର୍ବରୁ ଥିବା ଆଇନରେ ପରିବର୍ତ୍ତନ ଆଣିଛନ୍ତି । ତେବେ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ପରେ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତିି ।

ସୂଚନାଯୋଗ୍ୟ, ପୂର୍ବରୁ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ସ୍କୁଲରେ ଶିକ୍ଷକତା କରୁ ନ ଥିଲେ । ହେଲେ ଯୁକ୍ତ ଦୁଇ ଗଣ ଶିକ୍ଷା ବିଭାଗରେ ସାମିଲ ହେବା ପରେ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଅସୁବିଧା ସୃଷ୍ଟି ହୋଇଥିଲା । କାରଣ ସ୍କୁଲରେ ପାଠ ପଢାଇବା ପାଇଁ ବିଇଡି ଶିକ୍ଷା ବାଧ୍ୟମୂଳକ ଥିଲା । ହେଲେ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ବିଇଡି ପଢିବା ପାଇଁ ଯୋଗ୍ୟ ନ ଥଲେ । ଏବେ ସେମାନେ ସିଧାସଳଖ ପିଜିଟି ଶିକ୍ଷକତା ପାଇଁ ଆବେଦନ କରିପାରିବେ ବୋଲି କୁହାଯାଇଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ଏନେଇ ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ ।

Popular Articles