Friday, March 29, 2024

Top 5 This Week

Related Posts

ଦୁର୍ଗମ ଅଞ୍ଚଳ ରେ କନ୍ଧମାଳ ସାଂସଦ ଙ୍କ ପ୍ରଚାର

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା, (୯/୨) : ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ଦୁର୍ଗମ ଅଞ୍ଚଳ ରେ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ନିର୍ବାଚନୀ ପ୍ରଚାର କରିଛନ୍ତି l ବାଲିଗୁଡା ବ୍ଲକ ର ୧୬ ନମ୍ବର ଜିଲ୍ଲା ପରିଷଦ ଜୋନ ର ପରମପାଙ୍ଗା ପଞ୍ଚାୟତ ର ଦୁର୍ଗମ ଟେଂଗେରି ଗ୍ରାମ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପ୍ରଚାର କରିଛନ୍ତି ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ l

ଏହି ଅବସରରେ ବାଲିଗୁଡା ବ୍ଲକ ସଭାପତି ଟୁନା ଦାସ ଙ୍କ ନେତୃତ୍ୱ ରେ ଦୁର୍ଗମ ଅଞ୍ଚଳ ରେ ଆୟୋଜିତ ନିର୍ବାଚନୀ ସଭା ରେ ଯୋଗଦେଇ କନ୍ଧମାଳ ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛ ଶାସନ ଓ ବିକାଶ କାର୍ଯ୍ୟ ସମ୍ପର୍କ ରେ ଅବଗତ କରି ଥିଲେ l ଏଥି ରେ ବାଲିଗୁଡା ବିଧାୟକ ଚକ୍ରମଣୀ କଂହର, ବ୍ଲକ ସଭାପତି ଟୁନା ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ପାଢ଼ୀ ଙ୍କ ସମେତ ବରିଷ୍ଠ ବିଜେଡି ନେତା ଙ୍କ ସହ ତ୍ରି ସ୍ତରୀୟ ନିର୍ବାଚନ ନେଇ ଆଲୋଚନା କରିଥିଲେ କନ୍ଧମାଳ ସାଂସଦ l ବିଜେଡି ଜିଲ୍ଲା ପରିଷଦ ପାର୍ଥି ଆଶିଷ ଦିଗାଲ ଙ୍କ ପାଇଁ ନିର୍ବାଚନ ସଭା ରେ ଭୋଟ ଭିକ୍ଷା କରିବା ସହ ବିଜେଡି କର୍ମୀ ଙ୍କୁ ବିପୁଳ ଭୋଟ ବ୍ୟବଧାନ ରେ ଜିତେଇବା ପାଇଁ ଆହ୍ୱାନ ଦେଇଥିଲେ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ l

ମୁଖ୍ୟମନ୍ତ୍ରୀ ଙ୍କ ଲୋକାଭିମୁଖୀ ଯୋଜନା ଓ ବିକାଶ ଧାରା କୁ ପାଥେୟ କରି ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ପାଇଁ କାର୍ଯ୍ୟ କରିବା ସହ ଜନସାଧାରଣ ଙ୍କ ଆସ୍ତା ଭାଜନ ହେବାକୁ ବିଜେଡି ପାର୍ଥି ଆଶିଷ ଦିଗାଲ ଙ୍କୁ ପରାମର୍ଶ ଦେଇଛନ୍ତି ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ l

Popular Articles