Friday, August 7, 2020
Home Cultural & Festival କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ

କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ

ଧର୍ମଗଡ଼ (ଯୁବରାଜ ଅଗ୍ରୱାଲ): ଧର୍ମଗଡ ପଂଚାୟତ ପଡିଆରେ ଆରମ୍ଭ ହୋଇଯାଇଛି କଳାହାଣ୍ଡି ଉତ୍ସବ ଘୁମୁରା ୨୦୧୯ । କଳାହାଣ୍ଡିର ବିଭିନ୍ନ ଲୁକ୍କାୟିତ ପର୍ଯ୍ୟଟନ ସ୍ଥଳୀକୁ ମଞ୍ଚର ରୂପ ଦେଇ ପ୍ରସିଦ୍ଧି ଅର୍ଜନ କରିଥିବା ଧର୍ମଗଡ ଏବର୍ଷ ରହସ୍ୟମୟ ଶାଙ୍କୁସ ଶୈବ ପୀଠ ଉର୍ଲାଦାନୀ ଓ କେନ୍ଦୁପାଟୀ ବନଦୂର୍ଗା ମନ୍ଦିରକୁ ମଞ୍ଚରେ ସ୍ଥାନ ଦେଇଛି ।

ଏହା ଅତି ଆକର୍ଷଣିୟ ଓ ଜୀବନ୍ତ ପରି ମନେ ହେଉଥିବାରୁ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ମଙ୍ଗଳବାର ଧର୍ମଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାରଘରଣୀଙ୍କ ପୀଠରୁ ଶକ୍ତି କଳସ ଆଣି ମୁଖ୍ୟ ମଞ୍ଚରେ ସ୍ଥାପନ କରାଯାଇଥିଲା । ମାଁ ଭଣ୍ଡାର ଘରଣୀଙ୍କ ଶକ୍ତି କଳସ ସଙ୍ଗେ ସଙ୍ଗେ ଗ୍ରାମର ଅନ୍ୟ ଦେବା ଦେବୀ ମାନଙ୍କୁ ଆବାହନ କରି ମୁଖ୍ୟମଞ୍ଚକୁ ଆଣି କଳାହାଣ୍ଡି ଉତ୍ସବର ଶୁଭାରମ୍ଭ କରାଯାଇଥିଲା । ତିନିଦିନ ଧରି ମହାସମାରୋହରେ ପାଳନ କରାଯାଉଥିବା ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସାଂସ୍କୃତିକ ଦଳ ଆସି କଳା ପରିବେଷଣ କରିବେ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂ ଦେଓ ସମ୍ମାନିତ ଅତିଥି ରାଜ୍ୟ ଗୃହ ନିର୍ମାଣ ବିଭାଗ ଅଧ୍ୟକ୍ଷ ଭୁପେନ୍ଦ୍ର ସିଂ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ସଦର ବିଧାୟକ ଅନାମ ନାଏକ, ଏନଏସି ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ ପ୍ରମୂଖ ଉପସ୍ଥିତ ଥିଲେ । ଧର୍ମଗଡ ଉପ ଜିଲ୍ଲାପାଳ ପଦ୍ମନାଭ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତ ମହା ବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଧର୍ମଗଡ ବିଡିଓ ଅଶୋକ କୁମାର ଭୋଇ । ପରେପରେ ଆୟୋଜିତ ଘୁମୁରା, ବଜାସାଲ ଆଦି ବିଭିନ୍ନ ଲୋକନୃତ୍ୟର ଭରପୁର ମଜା ନେଇଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

ବନ୍ଧୁଗାଁ ବ୍ଲକରେ ବିଜେଡି ଜୋନାଲ କମିଟିର ବୈଠକ ଆୟୋଜନ ଓ ଆଲୋଚନା ଚକ୍ର

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା ୬:୮:୨୦): ବନ୍ଧୁଗାଁ ବ୍ଲକର କୁଟ୍ରାବେଡା ଓ କୁମ୍ଭାରୀପୁଟ ମଧ୍ୟସ୍ତ ସ୍ଥାନରେ ବିଜେଡି ଦଳ ତରଫରୁ ପଣ୍ଡିତ ବିଷୟଙ୍କ ଏକ ଜୋନାଲ କମିଟି ଓ ଆଲୋଚନା ଚକ୍ର...

ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୬ ୵ ୮ ): କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁଁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା...

Recent Comments

%d bloggers like this: