Thursday, March 28, 2024

Top 5 This Week

Related Posts

ବାଲିଗୁଡା ସହର ରେ ମାଓ ପୋଷ୍ଟର

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା, (୯/୨) : ବାଲିଗୁଡା ସହର ରେ ଆଜି ପ୍ରଥମ ଥର ମାଓ ପୋଷ୍ଟର ଲାଗିଥିବା ଦେଖି ବାକୁ ମିଳିଛି l କେକେବିଏନ ମାଓ ସଂଗଠନ ନାମରେ ପୋଷ୍ଟର ରେ ଉଲ୍ଲେଖ ରହିଛି lWhatsApp Image 2022 02 09 at 8.57.59 PM ବାଲିଗୁଡା ସହର ରେ ମାଓ ପୋଷ୍ଟରWhatsApp Image 2022 02 09 at 8.58.00 PM 1 ବାଲିଗୁଡା ସହର ରେ ମାଓ ପୋଷ୍ଟର

ବାଲିଗୁଡା ସହର ର ପଣସ ପଡି, ପିପଲ ସାହି, ସୁନାପାଙ୍ଗା ଆଦି ସ୍ଥାନ ରେ ବିପ୍ଳଵୀ ଡେଗୁରା କାନ୍ଥ ପୋଷ୍ଟର ଦେଖିବାକୁ ମିଳିଛି l ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ବର୍ଜନ ପାଇଁ ବିପ୍ଲବୀ ପୋଷ୍ଟର ରେ ଦେଖିବାକୁ ମିଳିଛି l ବାଲିଗୁଡା ସହରରେ ମାଓ ପୋଷ୍ଟର କୁ ନେଇ ଲୋକଙ୍କ ମନରେ ଭୟ ର ବାତାବରଣ ସୃଷ୍ଟି ହୋଇଛି l କିଛି ଦିନ ତଳେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବେନାରବାହାଲ ରେ ମଧ୍ୟ ଦୀର୍ଘ ଦିନ ର ନୀରବତା ପରେ ମାଓ ପୋଷ୍ଟର ଓ ବ୍ୟନର ଦେଖିବାକୁ ମିଳିଥିଲା l

ସେହିପରି ଦୁଇ ଦିନ ତଳେ ଫିରିଙ୍ଗିଆ ଥାନା କିଆମୁଣ୍ଡା ଅଞ୍ଚଳ ରେ ତିନୋଟି ଠିକା ସଂସ୍ଥା ର ଗାଡି ପୋଡି ଦେଇ ଥିଲେ l ପ୍ରକୃତ ରେ କିଏ ଏହି ପୋଷ୍ଟର ମାରିଛି ସେ ନେଇ ବାଲିଗୁଡା ଥାନା ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଚାଲିଥିବା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି l

Popular Articles