Related Contents

କୋଦଳାରେ ବାଇକରୁ ପଡି ୨ଗୁରୁତର

କୋଦଳା(ଜଗନ କୁମାର ସେଠି): କୋଦଳା ମାଛ ବଜାର ଶଙ୍ଖ ନିକଟରେ ବାଇକରୁ ପଡି ୨ଜଣ ଗୁରୁତର ହୋଇଛନ୍ତି |

ସେମାନେ ହେଲେ ତିଆଡ଼ିପଲ୍ଲୀ ଗ୍ରାମର ବାଳକୃଷ୍ଣ ନାହାକ (୨୭) ଓ ମିଥୁନ ନାହାକ (୨୬) | ଢାମଣାଖୋଲ ଗ୍ରାମରୁ ଗୋଟିଏ ଜନ୍ମଦିନ ପାର୍ଟିରୁ ଫେରୁଥିବା ବେଳେ ରାତ୍ର ୮.୪୫ ଘଣ୍ଟା ସମୟରେ ମାଛ ବଜାର ଶଙ୍ଖ ରାସ୍ତାରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ବାଇକ ଚୁରମାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ | ସେଠାରେ ବାଳକୃଷ୍ଣ ନାହାକଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି |

Comments are closed.