ରାଜ୍ୟସ୍ତରୀୟ ଫୁଟବଲ ଟୁୁର୍ଣ୍ଣାମେଣ୍ଟ ଦ୍ୱିତୀୟ ସେମିଫାଇନାଲରେ ବିଏଫସି କୁଚିଣ୍ଡା ବିଜୟୀ

0
187
ରାଜ୍ୟସ୍ତରୀୟ ଫୁଟବଲ ଟୁୁର୍ଣ୍ଣାମେଣ୍ଟ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୦୯/୦୨) :  ବୋୖଦ୍ଧ ଜିଲ୍ଲା ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆଜି ବିଜୟାୟୁଥ କ୍ଲବ ଜରିଆରେ ରାଜ୍ୟସ୍ତରୀୟ ଫୁଟବଲ ଟୁୁର୍ଣ୍ଣାମେଣ୍ଟ ର ଦ୍ଵିତୀୟ ସେମିଫାଇନାଲ ଖେଳ ବିଏଫସି କୁଚିଣ୍ଡା ଓ ବରଗଡ଼ ମଧ୍ୟରେ ଖେଳ ହୋଇଥିଲା ।c06cfe68 e1c2 4824 94c3 ba3b0c343e1b ରାଜ୍ୟସ୍ତରୀୟ ଫୁଟବଲ ଟୁୁର୍ଣ୍ଣାମେଣ୍ଟ ଦ୍ୱିତୀୟ ସେମିଫାଇନାଲରେ ବିଏଫସି କୁଚିଣ୍ଡା ବିଜୟୀ

ଏହି ଖେଳରେ ବି ଏଫ ସି ୨-୦ ଗୋଲରେ ବରଗଡ଼ କୁ ପରାସ୍ତ କରି ବିଜୟୀ ହୋଇଥିଲା । ରାଜ୍ୟସ୍ତରୀୟ ଫୁଟବଲ ଟୁୁର୍ଣ୍ଣାମେଣ୍ଟ ର ଏହି ଖେଳକୁ ପରିଚାଳନା କରିଥିଲେ ରେଫରୀ ଶେଷଦେବ ବେହେରା, ଲାଇନରେ ସହଯୋଗ କରିଥିଲେ ସୁବ୍ରତ ପୁରହିତ, ସଲୀଳ ବେହେରା, ବିକ୍ରମ ବେହେରା ଧାରା ବିବରଣୀ ପ୍ରଦାନ କରିଥିଲେ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ନୟନ ମହାନ୍ତି ଓ ଚମତ ମୟ ଭୋକ୍ତା । ଖେଳରେ ମୁଖ୍ୟଅତିଥି ଭାବେ ଶ୍ରୀକାନ୍ତ ମିଶ୍ର ଓ ସମ୍ମାନିତ ଅତିଥିଭାବେ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟ ର ଉପଦେଷ୍ଟା ଚେତରାମ ପଟ୍ଟନାୟକ ଅତିଥିଭାବେ ଉପସ୍ଥିତ ଥିଲେ ।3168e415 d96e 45fb 8a00 190b4065bfba ରାଜ୍ୟସ୍ତରୀୟ ଫୁଟବଲ ଟୁୁର୍ଣ୍ଣାମେଣ୍ଟ ଦ୍ୱିତୀୟ ସେମିଫାଇନାଲରେ ବିଏଫସି କୁଚିଣ୍ଡା ବିଜୟୀ

ଆସନ୍ତାକାଲି ର ଫାଇନାଲ୍ ଖେଳ ସାଇସ୍ପଷ୍ଟ ସୋନପୁର ଓ ବି ଏଫ ସି କୁଚିଣ୍ଡା ମଧ୍ୟରେ ହେବ । ତାପସମୟ ଭୋକ୍ତା, ଶୁଭୁନ୍ଦୁ ନାଏକ, ସତ୍ୟଜିତ ବେହେରା, ସଞ୍ଜୟ ଅଦାବର, ଧୀରେନ ବିଶି, ଆକାଶ କର୍ମୀ, ଆଲକ ମହାକୁଡ଼ ଓ ବିଜୟା ୟୁଥକ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।