ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା

0
241
ମହିଳା ଓ ଶିଶୁ

୮ ଘଣ୍ଟାରୁ ୨୪ ଘଣ୍ଟା କାର୍ଯ୍ୟ କରୁଛନ୍ତି ଡାକ୍ତର ଓ କର୍ମଚାରୀ, ଅବ୍ୟବସ୍ଥାରେ ସ୍ୱାସ୍ଥ୍ୟ ସେବା, ବଦଳି ନେଇ ଚାଲିଯାଉଛନ୍ତି ଡାକ୍ତର ଓ କର୍ମଚାରୀ
ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ଼, ତା(୦୯/୦୨) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ଓ ଶିଶୁ ଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିଥିବା ବେଳେ କେ.ବି.କେ ଅଞ୍ଚଳରେ ଏହି ଯୋଜନା ର ସୁଫଳ କିଭଳି ମିଳି ପାରିବ ସେ ନେଇ ସ୍ୱତନ୍ତ୍ର ପଦକ୍ଷେପ ନେବା ଦେଖା ଯାଉଛି ।76cd6c5d 7799 4493 aff6 a7871de6f628 ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା

ବିଶେଷ ଦ୍ରଷ୍ଟବ୍ୟ ଯେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ପଡୋଶୀ କଳାହାଣ୍ଡି ଜିଲ୍ଲା ସହ ଅନେକ ଅପହଞ୍ଚ ଅଞ୍ଚଳର ବିଭିନ୍ନ ସିଏଚସି ଓ ପିଏଚସି ଗୁଡିକରୁ ପ୍ରସୂତି ମହିଳା ଗୁରୁତର ଅବସ୍ଥାରେ ନିୟମିତ ଆମ୍ବୁଲାନ୍ସ ସହ ବିଭିନ୍ନ ଯାନବାହାନରେ ଏହି ଟିଟିଲାଗଡ଼ ସବ ଡିଭିଜନାଲ ଡାକ୍ତରଖାନାକୁ ଆସୁଛନ୍ତି । ହେଲେ ଅତ୍ୟନ୍ତ ଦୁଃଖଦ ତଥା ପରିତାପର ବିଷୟ ଯେ ଖୋଦ ଶାସକ ଦଳର ବିଧାୟିକା ଓ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଦାଇତ୍ଵରେ ଥାଇ ଏହି ଡାକ୍ତର ଖାନାରେ ଅନେକ ପଦ ପଦବୀ ଖାଲି ପଡ଼ିରହିଛି ।

ଏପରି କି ଅନେକ ପ୍ରସୂତି ମହିଳାଙ୍କ ଭିଡ଼ ସହ ନିୟମିତ ଅନେକ ପ୍ରସୂତି ମହିଳାଙ୍କୁ ବଲାଙ୍ଗୀର ମ୍ୟାଡିକାଲ କଲେଜ ସ୍ଥାନାନ୍ତରିତ କରିବା ସମୟ ବ୍ୟବଧାନରେ ମୃତ୍ୟୁର ଶିକାର ହେବା ସାର ହେବ । ହେଲେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ଥିବା ବେଳେ ଜଣେ ମାତ୍ର ସ୍ତ୍ରୀ ଓ ପ୍ରସୂତି ବିଶେସଜ୍ଞ ଡ଼ଃ ବଳରାମ ସାହୁ କାର୍ଯ୍ୟରତ ଥିବା ବେଳେ କୌଣସି ସମୟରେ ଗୁରୁତର ମହିଳା ଆସିଲେ ତାଙ୍କୁ ଚିକିତ୍ସା ପାଇଁ ଉପସ୍ଥିତ ରହିବା ଜରୁରୀ ହୋଇପଡ଼ିଛି ।

ଅପରପକ୍ଷରେ ଭର୍ତ୍ତି ଥିବା ବା ଅନ୍ତଃ ବିଭାଗରେ ଥିବା ପ୍ରସୂତି ମହିଳା ଙ୍କୁ କୌଣସି ସମୟରେ ଜରୁରୀ ଆବଶ୍ୟକ ସ୍ଥିତିରେ ଉପସ୍ଥିତ ହେବାକୁ ଜରୁରୀ ହୋଇପଡ଼ିଛି । ଏଭଳି ସ୍ଥଳରେ ଉକ୍ତ ବିଶେସଜ୍ଞ ଡାକ୍ତରଙ୍କୁ ତଥା ଅନ୍ୟ ବିଶେସଜ୍ଞ ଡାକ୍ତରଙ୍କୁ ବହିରବିଭାଗ ବା ଆଉଟ ଡୋର ଦାଇତ୍ଵ ପ୍ରଦାନ କରାଯାଉଥିବା ବେଳେ ଏ ନେଇ କିଭଳି ସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ମିଳୁଥିବ ସହଜେ ଅନୁମେୟ ।

ସେହିପରି ଭେଷଜ ବିଶେସଜ୍ଞ ଡ଼ଃ ହେମନ୍ତ କୁମାର ମେହେରଙ୍କୁ ରାତି ୧୦ ଟା ରୁ ଆଉଟଡୋର ଦାଇତ୍ଵ ରେ ରହିବା ଯୋଗୁଁ ଲୋକେ ରାତିରେ ଲମ୍ବା ଲାଇନ ଲଗେଇ ଅପେକ୍ଷା କରିବା ଓ ଭର୍ତ୍ତି ରୋଗୀଙ୍କୁ ଠିକ ସମୟରେ ଯାଇ ଦେଖିବା କାଠିକର ପାଠ ହୋଇ ପଡିଛି । ସେହିପରି ରାତି ୧୦ ଟା ରୁ ସକାଳ ୮ ଟା ପର୍ଯ୍ୟନ୍ତ ଓ ପୁଣି ସକାଳ ୧୦ ଟା ରେ ଭର୍ତ୍ତି ରୋଗୀ ଙ୍କୁ ଦେଖିଯିବାକୁ ବାଧ୍ୟ ହେଉଛନ୍ତି । ଅନୁରୂପ ଭାବେ ମାତ୍ର ଜଣେ ନର୍ସିଂ ସିଷ୍ଟର ଡାକ୍ତରଙ୍କ ସହ ବୁଲିବା ବା ରାଉଣ୍ଡ କରିବାକୁ ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଆସିଥିବା ରୋଗୀ ଭଗବାନ ଭରଷାରେ ରହିଥାଏ । ସର୍ବଦା ଏ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ଆକ୍ରୋଶର ଶିକାର ହେଉଥିବା କର୍ମଚାରୀ ଏହି ଡାକ୍ତରଖାନାରେ ନ ରହି ଅନ୍ୟତ୍ର ବଦଳି କରେଇ ଚାଲିଯାଇଥାନ୍ତି ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।94913fc4 a7e8 4d92 9ed5 ce348a0331a5 ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା

ଏଭଳି ସ୍ଥିତି ତଥା ଓମିକ୍ରନ ସମୟରେ ମଧ୍ୟ ସ୍ୱତନ୍ତ୍ର କର୍ମଚାରୀ ବ୍ୟବସ୍ଥା ପାଇଁ ଜନସେବା ସିବିଓ ଦାବି କରିଥିବା ସତ୍ୱେ କିଛି ପଦକ୍ଷେପ ନ ନେଇ ଥିବା ଜନସେବା ସଭାପତି ଲମ୍ବୁଧର ଛାତ୍ରୀୟା ଅଭିଯୋଗ କରିଛନ୍ତି । ଏ ନେଇ ସ୍ଥାନୀୟ ବିଧାୟିକା ଟିଟିଲାଗଡ଼ ବଲାଙ୍ଗୀର ରାସ୍ତା ରେ ମାଆ ଓ ଶିଶୁ ଡାକ୍ତର ଖାନା ନିର୍ମାଣ ବିପୁଳ ପରିମାଣର ଅର୍ଥ ବ୍ୟୟ ବରାଦ କରି ସେମିତି ଛାଡ଼ି ଦେଇଥିବା ଓ ନିଜେ ସ୍ମାର୍ଟକାର୍ଡ ଆଳରେ ନିର୍ବାଚନ ପ୍ରଚାର କରିବୁଲୁଥିବା ଭଳି ଗୁରୁତର ଅଭିଯୋଗ ହୋଇଛି ।

ବିଶେଷ ଦ୍ରଷ୍ଟବ୍ୟ ଯେ,ଏଭଳି ସ୍ଥିତିରେ ସ୍ତ୍ରୀ ଓ ପ୍ରସୂତି ବିଶେସଂଜ୍ଞ ଡ଼ଃ ବଳରାମ ସାହୁ ଗତ ଏକ ମାସରେ ଦୁଇ ଶହ ରୁ ଉର୍ଦ୍ଧ୍ବ ମହିଳା ଙ୍କୁ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଛନ୍ତି । କୌଣସି ଶିବିର ଆୟୋଜନ ନ କରି ଉକ୍ତ ଡାକ୍ତର ତାଙ୍କ କିଛି କର୍ମଚାରୀ ମାନଙ୍କୁ ନେଇ ଏପରି ଅସ୍ତ୍ରୋପଚାର ବାସ୍ତବିକ ପ୍ରଶଂସନୀୟ ବୋଲି ବିଭିନ୍ନ ମହଲ ରୁ ମତ ପ୍ରକାଶ ପାଇଛି । ଏହି ଭଳି ଆହୁରି ଅନେକ ମହିଳା ଙ୍କ ବନ୍ଧ୍ୟାକରଣ ଓ ଚିକିତ୍ସା ସେବା ପ୍ରଦାନ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବିହୋଇଛି ।