Related Contents

ବାଲିଗୁଡାରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡା (ବିଭୁତି ଲହରିଆ): ବାଲିଗୁଡା ଏନଏସି ରେ ରାଜ୍ୟ ସରକାରଙ୍କ ସଶକ୍ତିକରଣ ଓ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ପିଠା ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ରେ ପ୍ରଥମ ଥର ଆରମ୍ଭ ହେଇଛି ।

ଏଥିରେ ଏନଏସି ଅଧ୍ୟକ୍ଷା ମମତା ବେହେରା ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଲୋକମାନେ ବିଭିନ୍ନ ଯୋଜନାର ସୁଫଳ ନେବା ପାଇଁ ଆବଶ୍ୟକ ପଦକ୍ଷେପ ଏନଏସି ଗ୍ରହଣ କରିଛି ।ବାର୍ଦ୍ଧକ୍ୟ, ବିଧବା, ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କୁ ଭତ୍ତା, ଆବାସ ଯୋଜନା, ମାଗଣାରେ ବିଜୁଳି ଯୋଗାଣ, ଖାଦ୍ୟ ସୁରକ୍ଷା ଯୋଜନା, ସ୍ୱୟଂ ସହାୟକ ଗୋଷ୍ଠୀକୁ ସହାୟତା, ଆହାର ଯୋଜନା, ଚାଷୀ ମାନଙ୍କ ପାଇଁ କାଳିଆ ଯୋଜନା ସମ୍ପର୍କରେ ସୂଚନା ବିଭାଗୀୟ ଅଧିକାରୀ କହିଥିଲେ | ଏହି ପିଠା କାର୍ଯ୍ୟକ୍ରମରେ ସାତ ନମ୍ବର କାଉଁସିଲର ଅର୍ଜୁନ ନାୟକ ଏନଏ ସି ଷ୍ଟାଫ ଦେବାଶିଷ ମହାନ୍ତି, ମୁକେଶ ନାୟକ ସମେତ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ । ଏହି ପିଠା କାର୍ଯ୍ୟକ୍ରମରେ ପାଞ୍ଚ, ଛଅ ଏବଂ ସାତ ୱାର୍ଡର ଜନସାଧାରଣ ଯୋଗ ଦେଇଥିଲେ । ଅନ୍ୟ ଏକ କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନହଲରେ ଅନୁଷ୍ଟିତ ହେଇଛି ।

ଏଥିରେ ଏନଏ ସି ଉପାଧ୍ୟକ୍ଷ ଲୋକନାଥ ପାଢ଼ୀ ଯୋଗ ଦେଇ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଭତ୍ତା, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ । ଏଥିରେ ଆଠ, ନଅ, ଦଶ, ଏଗାର, ବାର ଓ ତେର ନମ୍ବର ୱାର୍ଡ ବାସୀ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅଧିକାରୀ ଅବଗତ କରାଇଛନ୍ତି । ଏହି ପିଠା କାର୍ଯ୍ୟକ୍ରମ ରେ କାଉଁସିଲର ଶିରିଷ ପ୍ରଧାନ, ନାରାୟଣ ଡାକୁଆ, ଜୟନ୍ତୀ ଜେନା ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀଙ୍କୁ ଭତ୍ତାପ୍ରଦାନ କରିଥିଲେ ।

Comments are closed.