Friday, March 29, 2024

Top 5 This Week

Related Posts

ବାଲିଗୁଡା ବ୍ଲକ ରେ ପଞ୍ଚାୟତ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା, (୮/୨) : ବାଲିଗୁଡା ବ୍ଲକ ରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି | ବାଲିଗୁଡା, ବାରଖମା ଓ ବାଟାଗୁଡା ରେ ଆସନ୍ତା ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବାଧ ଓ ନିରପେକ୍ଷ ଅନୁଷ୍ଠିତ ହୋଇ ପାରିବ ସେଥିପାଇଁ ବାଲିଗୁଡା ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରିଛି |

ବାଲିଗୁଡା ପୋଲିସ ପ୍ରଶାସନ ଅବାଧ ଓ ଶାନ୍ତି ପୂର୍ଣ୍ଣ ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି | ବାଲିଗୁଡା ବ୍ଲକ ରେ ଅବାଧ, ନିରପେକ୍ଷ ଓ ଶାନ୍ତି ପୂର୍ଣ୍ଣ ମତଦାନ ହୋଇ ପାରିବ ସେଥିପାଇଁ ବ୍ୟପକ ପ୍ରସ୍ତୁତି କରିଛି | ବାଲିଗୁଡା ଏସଡିପିଓ ଗୁଣ୍ଡାଲା ରାଘଭେନ୍ଦ୍ର ଙ୍କ ନେତୃତ୍ୱ ରେ ବାଲିଗୁଡା ଓ ବାରଖମା ରେ ପୋଲିସ ପକ୍ଷରୁ ସହର ରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି | ବାଲିଗୁଡା ଥାନା ରୁ ଫ୍ଲାଗ ମାର୍ଚ୍ଚ ବାହାରି ଚେକଗେଟ ପର୍ଯ୍ୟନ୍ତ ଓ ବାରଖମା ମେଡିକାଲ ଛକ ରୁ ଫାଣ୍ଡି ପର୍ଯ୍ୟନ୍ତ ଯାଇଥିଲା | ବାଲିଗୁଡା ଥାନା ଅଞ୍ଚଳ ରେ ଶାନ୍ତି ଶୃଙ୍ଖଳା ର ସହିତ ତ୍ରି ସ୍ତରୀୟ ନିର୍ବାଚନ ଅବାଧ ନିରପେକ୍ଷ ମତଦାନ ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବାଲିଗୁଡା ଏସଡିପିଓ ଗୁଣ୍ଡାଲା ରାଘଭେନ୍ଦ୍ର ସୂଚନା ଦେଇଛନ୍ତି |

ଏଥିରେ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ, ଏଏସଆଇ କୁଳମଣି ରାଉତ ସମେତ ପୋଲିସ ଅଧିକାରୀ ଓ ପୋଲିସ ବାହୀନି ଫ୍ଲାଗ ମାର୍ଚ୍ଚ ରେ ଅଂଶ ଗ୍ରହଣ କରି ଥିଲେ |

Popular Articles