Friday, March 29, 2024

Top 5 This Week

Related Posts

ନେତାଙ୍କୁ ଘେରିଲେ ଜନତା : ମାଗିଲେ ଜବାବ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୯/୦୨) : ବଲାଙ୍ଗୀର ରେ ନେତାଙ୍କୁ ଘେରିଲେ ଜନତା । ଲୋକଙ୍କ ପ୍ରଶ୍ନବାଣ ର ସମ୍ମୁଖୀନ ହୋଇଛନ୍ତି ରାଜ୍ୟ ରାଜନୀତି ର ଦୁଇ ହେଭିୱେଟ୍ । ମନ୍ତ୍ରୀ ଟୁକୁନି ସାହୁ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ପ୍ରଶ୍ନ ପଚାରି ଘାଇଲା କରିଛନ୍ତି ଜନତା ।

ଇତି ମଧ୍ୟରେ ପାଟଣାଗଡ଼ ବିଜେଡ଼ି ବିଧାୟକ ଙ୍କୁ ଭୋଟର ଙ୍କ ବିରୋଧ ପ୍ରଦର୍ଶନ ଓ ଅସନ୍ତୋଷ ସ୍ପଷ୍ଟ ପ୍ରମାଣିତ ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ଅନେକ କ୍ଷେତ୍ରରେ ପ୍ରତିଶ୍ରୁତି ଅନୁସାରେ ମୌଳିକ ସମସ୍ୟା ର ସମାଧାନ କାହିଁକି ହେଲା ନାହିଁ ଓ ନିର୍ବାଚନ ପରେ କାହିଁକି ଆସି ନ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ଭୋଟର । ନେତାଙ୍କୁ ଘେରିଲେ ଜନତା । ମାଗିଲେ ଜବାବ । ନିଜ ଜିଲ୍ଲାରେ ହେଭିୱେଟ ନେତାଙ୍କୁ ପ୍ରଶ୍ନବାଣରେ ଘେରିଛନ୍ତି ଭୋଟର ।

ବଲାଙ୍ଗୀରରେ ମନ୍ତ୍ରୀ ଟୁକୁନୀ ସାହୁ ନିଜ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ର ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ର ସମସ୍ୟା ଦୂର କରିବା ରେ ଅବହେଳା ପ୍ରଦର୍ଶନ କରିବା ଅଭିଯୋଗ ହୋଇଆସୁଛି । ଏପରି କି ମହିଳା ଓ ଶିଶୁ ଙ୍କୁ ସୁରକ୍ଷା ସହ ଚିକିତ୍ସା ଅଭାବରୁ ଦୁର୍ଦ୍ଦଶା ର ଶିକାର ହେଉଛନ୍ତି । ମହିଳା ଓ ଶିଶୁ ଙ୍କ ପାଇଁ ବିପୁଳ ଅର୍ଥ ବିନିଯୋଗ କରି ଟିଟିଲାଗଡ ନିକଟରେ ଏକ ଡାକ୍ତରଖାନା ନିର୍ମାଣ କରି ପରିତ୍ୟକ୍ତ ଅବସ୍ଥାରେ ଛାଡ଼ି ଦିଆଯାଇଥିବା କୁହାଯାଉଛି ।

ଅପରପକ୍ଷରେ ମାଗଣା ରେ ସରକାରୀ ଚିକିତ୍ସା ଉତ୍ତମ ମାନର ଯୋଗାଇ ଦେବା ଓ ଡାକ୍ତର ଙ୍କୁ ସବୁ ଗୁରୁତର ଓ ସାଧାରଣ ରୋଗୀ ଙ୍କୁ ସରକାରୀ ଚିକିତ୍ସା ଯୋଗାଇବା ଓ କିଣା ଔଷଧ ପାଇଁ ଡାକ୍ତର ଙ୍କୁ ଲେଖିବା କୁ ବାଧ୍ୟ ନ କରିବା କୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ନିର୍ବାଚନ ସମୟରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଚିକିତ୍ସା ସେଵା ଘରୋଇ ଚିକିତ୍ସାଳୟ ରେ ଯୋଗାଇ ଦେବାକୁ ସ୍ମାର୍ଟ କାର୍ଡ଼ ପ୍ରଦାନ ଭୋଟ ହାତେଇବା ପାଇଁ ଜାରି କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

ସେହିପରି ନିର୍ବାଚନ ପରେ ଉକ୍ତ ଦଶ ଲକ୍ଷ ଟଙ୍କା ପାଇଁ ବର୍ଷକୁ ଥରେ ୧୦ ହଜାର ଜମା କରିବା କୁ ପଡିବ ବୋଲି କୁହାଯାଉଛି । ପୂର୍ବେ ୩୦ ହଜାର ଟଙ୍କା ର ସ୍ୱାସ୍ତ୍ୟ ବୀମା କାର୍ଡ଼ ନିର୍ବାଚନ ପରେ ବର୍ଷକୁ ୩୦ ଟଙ୍କା ଲେଖାଏଁ ଜମା ନ କରିବା ଯୋଗୁଁ ଉକ୍ତ ବିଜୁ କଲ୍ୟାଣ ଯୋଜନା କାର୍ଡ଼ କାର୍ଯ୍ୟକାରୀ ନ କରି ବନ୍ଦ କରି ଦିଆଯାଇଛି ବୋଲି ଅଭିଯୋଗ ହୋଇଆସୁଛି । ସେହିପରି କଂଗ୍ରେସ ନେତା ନରସିଂହ ମିଶ୍ର ହଟହଟା ର ସମ୍ମୁଖୀନ ହୋଇଛନ୍ତି । ବିଭିନ୍ନ ପ୍ରସଙ୍ଗ ନେଇ ଏହି ଦୁଇ ନେତାଙ୍କୁ ଘେରିଛନ୍ତି ଭୋଟର ।

ଟୁକୁନି ସାହୁ ବଲାଙ୍ଗୀର ର ଗୁଡଭେଲା ବ୍ଲକର ବିଭିନ୍ନ ଗାଁକୁ ପ୍ରଚାର ପାଇଁ ଯାଇଥିବା ବେଳେ ନିଜର ହକ୍ ପାଇଁ ମୁହଁ ଖୋଲିଛନ୍ତି ଭୋଟର । ଠେଲକୋଭେଲା ଓ ସିକେଲପଦର ଗାଁରେ ଲୋକେ ବିଭିନ୍ନ ମୌଳିକ ସୁବିଧା ନେଇ ମନ୍ତ୍ରୀଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲେ । ବିଶେଷ କରି ରାସ୍ତା, ପିଇବା ପାଣି, ବିଦ୍ୟୁତ ସମସ୍ୟା, ଆବାସ ଘର ଦୁର୍ନୀତି ଓ ଜମିପଟ୍ଟା ଭଳି ବିଷୟ ଉଠାଇଥିଲେ ଭୋଟର । ସୋସିଆଲ ମିଡିଆରେ ଏଭଳି ଭିଡିଓ ଭାଇରାଲ ହେବା ପରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି ।

ପ୍ରଚାର ବେଳେ ନରସିଂହ ମିଶ୍ର ହଟହଟା ହୋଇଛନ୍ତି ବଲାଙ୍ଗୀର ଆଗଲପୁର ବ୍ଲକ ରେଙ୍ଗାଲି ଗାଁରେ । ଗାଁ ଲୋକଙ୍କ ପ୍ରଶ୍ନବାଣ କିଛି ସମୟ ପାଇଁ ନରସିଂହଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା । ଲୋକଙ୍କ ଅଭିଯୋଗ ଥିଲା ଗତ ନିର୍ବାଚନ ପରେ କଂଗ୍ରେସ ନେତାମାନେ ଗାଁକୁ ନ ଆସି ଲୋକଙ୍କ ସମସ୍ୟା ଦୂର କରିନାହାନ୍ତି । ପରିସ୍ଥିତି ଏଭଳି ହୋଇଥିଲା ଯେ, ନରସିଂହ ମିଶ୍ର କିଛି ସମୟ ପାଇଁ ଲୋକଙ୍କୁ ବୁଝାଇଥିଲେ ।

କିଛିଦିନ ତଳେ ପ୍ରଚାର ବେଳେ ଭୋଟରଙ୍କ ପ୍ରଶ୍ନବାଣରେ ଘାଇଲା ହୋଇଥିଲେ ପାଟଣାଗଡ ବିଧାୟକ ସରୋଜ ମେହେର । ଏବେ ସମାନ ଢଙ୍ଗରେ ଦୁଇ ଦୁଇ ବଡ ନେତା ଅସୁବିଧାରେ ପଡିବା ଗୋଟିଏ କଥା ସ୍ପଷ୍ଟ କରିଛି, ଲୋକଙ୍କ ଭିତରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଅସନ୍ତୋଷ ଅଛି, ଯାହା ଆଗାମୀ ପଞ୍ଚାୟତ ନିର୍ବାଚନରେ ଜଣାପଡିବ ।

Popular Articles