Related Contents

ସଂକ୍ରାନ୍ତି ପାଇଁ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁଙ୍କ ଲାଗିଛି ଭିଡ଼

ମ.ରାମପୁର କଳାହାଣ୍ଡି(ଡିଙ୍ଗର କିଶୋର ସାହୁ): ଆଜି କଳାହାଣ୍ଡି ଜିଲ୍ଲାର ସମସ୍ତ ମନ୍ଦିର ମାନଙ୍କରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

କାର୍ଲମୁଣ୍ଡା ବ୍ଳକ ସ୍ଥିତ କୁସୁର୍ଲ ନୀଲକଣ୍ଠେଶ୍ୱର ଶୈବ ପୀଠରେ ମଧ୍ୟ ଲୋକଙ୍କ ଭାରି ଭିଡ ଦେଖିବାକୁ ମିଳିଥିଲା । ଭୋର ସକାଳରୁ ଭକ୍ତଙ୍କ ଭିଡ଼ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୨ଟା ଯାଏଁ ଦର୍ଶନ କାର୍ଯ୍ୟ ଚାଲୁ ରହିଥିଲା । ଅପର ପକ୍ଷରେ ଏହି ଶୈବ ପୀଠ ପଡ଼ିଆରେ ଦୀର୍ଘ ୭୯ବର୍ଷ ହେବ ମକର ମେଳା ଆୟୋଜନ ହେଉଥିବାରୁ ଲୋକଙ୍କ ଭିଡ଼କୁ ଦ୍ବିଗୁଣିତ କରିଥାଏ । ୧୯୫୧ମସିହାରୁ ଆରମ୍ଭ ହୋଇଥିବା ଏହି ମକର ମେଳାରେ ଲୋକଙ୍କ ଚାହିଦା ମୁତାବକ ବିଭିନ୍ନ ପ୍ରକାରର ସାମଗ୍ରୀ ମିଳୁଥିବାରୁ ଲୋକମାନେ ନିଜର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣାକିଣି କରିବା ସହ ମନୋରଞ୍ଜନ କରିବାର ସୁଯୋଗ ମଧ୍ୟ ପାଇଥାନ୍ତି ।

ଏ ଅବସରରେ ପ୍ରତ୍ୟେକଙ୍କ ଘରେ ଚାଉଳ ନଡ଼ିଆ, ଛେନା, କର୍ପୂର ଆଦିର ମିଶ୍ରଣରେ ମକର ଚାଉଳ ତିଆରି ହୋଇଥାଏ । ଦିନ ବେଳା ଚିଡିଆଖାନା, ମେଜିକ ସୋ, ମିନା ବଜାର ଲୋକଙ୍କ ମନକୁ ଟାଣି ରଖୁଥିବା ବେଳେ ରାତ୍ରିରେ ଡ୍ୟାନ୍ସ ଓ ଅପେରାର କମାଲ ଲୋକଙ୍କୁ ବାନ୍ଧି ରଖିଛି |

Comments are closed.