ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀନାରାଣୀଙ୍କ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ଘର ଘର ଭୋଟ ଭିକ୍ଷା

0
259
ମହିଳା ମୋର୍ଚ୍ଚା ସଭାନେତ୍ରୀ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୦୮/୦୨) : ବୌଦ୍ଧ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀନାରାଣୀ ମିଶ୍ର ବୌଦ୍ଧ ବ୍ଲକ ର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମାନଙ୍କ ସହିତ ଗାଁ କୁ ଗାଁ ବୁଲି ଡୋର ଟୁ ଡୋର କ୍ୟାମ୍ପନିଙ୍ଗ କୁ ଜୋରଦାର କରିଛନ୍ତି |

ଆଜକୁ ଚାରି ମାସ ବିତିଯାଇଥିଲେ ମଧ୍ୟ ମମିତା ମେହେର କୁ ନ୍ୟାୟ ଦେବାରେ ଅକ୍ଷମ ଥିବା ଭ୍ରଷ୍ଟାଚାରୀ ରାଜ୍ୟ ସରକାର କିଭଳି ନାରୀ ମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି, ତାହା ବୁଝାଇ ମହିଳା ଙ୍କୁ ସଚେତନ କରିବା ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କ ବିକାଶ ର ଧାରା କୁ ତଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ଓ ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି କୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ମିଶ୍ର ବୌଦ୍ଧ ଜିଲ୍ଲା ର ଗାଁ କୁ ଗାଁ ବୁଲି ଭୋଟର ଙ୍କୁ ନିବେଦନ କରିଛନ୍ତି |