Related Contents

ରାୟଗଡ଼ାରେ ଧୁମଧାମରେ ପାଳନ ହଉଛି ମକର ସଂକ୍ରାନ୍ତି ପର୍ବ

ରାୟଗଡା(ଗୋପୀନାଥ ଗୌଡ଼): ରାୟଗଡାରେ ଧୁମଧାମରେ ପାଳନ କରାଯାଉଛି ମକର ସଂକ୍ରାନ୍ତି ବା ପୋଙ୍ଗଲ । ଏହି ପର୍ବ ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ, ଏହି ପର୍ବକୁ ଓଡ଼ିଶାରେ ମକର ସଂକ୍ରାନ୍ତି, ଆନ୍ଧ୍ରପ୍ରଦେଶରେ ପୋଙ୍ଗଲ ଓ ହରିୟାଣା ଓ ପଞ୍ଜାବ ରେ ଲହଡି ଓ ଉତ୍ତରାୟଣ ପର୍ବ ନାମରେ ପରିଚିତ ।

ମକର ସଂକ୍ରାନ୍ତିର ପୂର୍ବ ଦିନ ରାତିରେ ତେଲୁଗୁ ସମ୍ପ୍ରଦାୟରେ ଭୋଗି ଜାଳନ୍ତି ଯେଉଁଥିରେ ପୂଜା ପାଠ ଓ ବିଧି ବିଧାନ ଅନୁସାରେ ସୋଜା ଯାଇଥିବା କାଠରେ ଅଗ୍ନି ସଂଯୋଗ କରିବା ସହ ସେହି ଚତୁପାର୍ଶ୍ଵରେ ରଙ୍ଗ ବିରଙ୍ଗ ମୁରୁଜରେ ଝୋଟି ଚିତା ଆଙ୍କି ଥିବା ଦେଖିବାକୁ ମିଳେ। ଏହି ପର୍ବ ପାଳନ ଖୁସିରେ ଉପସ୍ଥିତ ଜନ ସାଧାରଣଙ୍କୁ ମିଠା ବାଣ୍ଟିବା ସହ ଜଳଖିଆ ତିଆରି କରି ଦିଆଯାଇଥାଏ । ମକର ସଂକ୍ରାନ୍ତି ପର୍ବ ଦିନ ନିଜ ନିଜର ପିତୃ ଲୋକଙ୍କ ସଦଗତି ନିମନ୍ତେ ପୂଜା ପାଠ କରିବା ସହ ପରିବାରର ସମସ୍ତ ବ୍ୟକ୍ତି ନୂତନ ବସ୍ତ୍ର ପରିଧାନ କରନ୍ତି ଓ ବନ୍ଧୁବର୍ଗଙ୍କୁ ନୂତନ ବସ୍ତ୍ର ଉପହାର ରୂପରେ ଦିଅନ୍ତି । ମକର ସଂକ୍ରାନ୍ତି ପର୍ବ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ସହିତ ସୂର୍ଯ୍ୟଙ୍କର କିରଣ ତେରେଛାରୁ ସଳଖ ହେବାକୁ ଲାଗେ, ଯାହାଦ୍ୱାରା ଥଣ୍ଡା ର ପ୍ରକୋପ ହ୍ରାସ ହୋଇ ଧୀରେ ଧୀରେ ଖରା ବଢିବାକୁ ଲାଗିଥାଏ ।

ପୌରାଣିକ କିମ୍ବଦନ୍ତୀ ଅନୁସାରେ ମକର ସଂକ୍ରାନ୍ତି କୁ ଉତ୍ତରାୟଣ ବୋଲି ମଧ୍ୟ କୁହାଯାଏ । ଏହି ଉତ୍ତରାୟଣ ପର୍ବ ଦିନ ମହାଭାରତ ଯୁଦ୍ଧରେ ସରଶଯ୍ୟାରେ ସୋଇଥିବା ଭୀଷ୍ମ ପିତାମହ ଶରୀର ତ୍ୟାଗ କରିଥିଲେ ବୋଲି ବର୍ଣ୍ଣନା ହୋଇଛି | ଏହି ଦିନ ମାନଙ୍କରେ ଜପ, ଧ୍ୟାନ, ଦାନ, ଧର୍ମ, ହୋମ, ଜୋଜ୍ଞ ସବୁ ବିଶେଷ ମୋହତ୍ୱ ରହିଛି ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି । ଓଡ଼ିଶାରେ ମଧ୍ୟ ଏହି ପର୍ବକୁ ମକର ସଂକ୍ରାନ୍ତି ରୂପେ ପର୍ବ ପାଳନ କରାଯାଏ । ଏହି ଦିନ ଚାଉଳକୁ ମକର ଚାଉଳ ନାମରେ ମନ୍ଦିରରେ ପ୍ରସାଦ ରୂପେ ଭୋଗ ଲଗାଇବା ସହ ପୂଜା କରାଯାଇଥାଏ ଓ ଏହି ମକର ଚାଉଳକୁ କିଛି ଝିଅ ବନ୍ଧୁତ୍ୱ ରୂପରେ ଗ୍ରହଣ କରି ଦୁହେଁ ଦୁହିଁଙ୍କୁ “ମକର” ବୋଲି ସମ୍ବର୍ଦ୍ଧନା କରନ୍ତି । ଏହି ମକର ଚାଉଳ ଦ୍ୱାରା ଦୁହେଁ ଦୁହିଁଙ୍କ ନାମ ନ ନେଇ ଜୀବନ ଯାକ ମକର ବୋଲି ଡାକିଥାନ୍ତି ।

ରାୟଗଡାରେ ଏହି ପର୍ବ ଉପଲକ୍ଷେ ପ୍ରତ୍ୟକ ଦେବାଳୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଦୋକାନ ବଜାରରେ ଭିଡ଼ ଲାଗି ରହିଛି । ରାୟଗଡା ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପ୍ରତ୍ୟକ ଜାଗାରେ ପୋଲିସ ମୃତୟନ ହେବା ସହ ଜନଗହଳି ସ୍ଥାନରେ ପୋଲିସ ପଇନ୍ତରା ମାରିବା ଦେଖିବାକୁ ମିଳିଛି ।

Comments are closed.