Friday, March 29, 2024

Top 5 This Week

Related Posts

କାଫେଟେରିଆ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୟାଣ୍ଡଉଇଚ୍ ର ପ୍ରସ୍ତୁତି ଶିଖାଇଲେ ଜିଲ୍ଲାପାଳ

ebe57210 23eb 41e5 be26 fe182569476c କାଫେଟେରିଆ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୟାଣ୍ଡଉଇଚ୍ ର ପ୍ରସ୍ତୁତି ଶିଖାଇଲେ ଜିଲ୍ଲାପାଳରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୮/୨) : ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ନିକଟରେ ପ୍ରଶାସନ ପକ୍ଷରୁ ମହାନଦୀ ପୋଲ ନିକଟସ୍ଥ ହିକୁଡି ଠାରେ ତିଆରି ହୋଇଥିବା କାଫେଟେରିଆ ରେ ହଠାତ ସୁବର୍ଣ୍ଣପୁର ଜିଲ୍ଲାପାଳ ପହଞ୍ଚିଥିଲେ |

ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ପହଞ୍ଚି ଦାୟିତ୍ୱରେ ଥିବା ମାଁ ମାନଙ୍କୁ ଖାଦ୍ୟ ପ୍ରସ୍ତୁତିରେ ଯୁଗୋପଯୋଗୀ ହେବାପାଇଁ ପରାମର୍ଶ ଦେଇ ବର୍ତ୍ତମାନ ଗ୍ରାହକଙ୍କ ଖାଦ୍ୟ ରୁଚି କୁ ଦୃଷ୍ଟିରେ ରଖି ଖାଦ୍ୟ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ ଦେଇ ନିଜେ ସ୍ୟାଣ୍ଡଉଇଚ୍ ପ୍ରସ୍ତୁତ କରି ମାଁ ମାନଙ୍କୁ ଚକିତ କରିଦେଇଥିଲେ । ଜିଲ୍ଲାପାଳଙ୍କ ଏତାଦୃଶ କାର୍ଯ୍ୟ ରେ କାଫେଟେରିଆ ଦାୟିତ୍ୱରେ ଥିବା ସମସ୍ତ ମହିଳା ଅଭିଭୂତ ହୋଇପଡିଥିଲେ । ଜିଲ୍ଲପାଳଙ୍କ ଏପରି ପଦକ୍ଷେପକୁ ଜିଲ୍ଲା ର ଜନସାଧାରଣ ଖୁବ ପ୍ରଶଂସା କରିଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles