Thursday, March 28, 2024

Top 5 This Week

Related Posts

ମହାଭାରତ‌ ର ଭୀମ ପ୍ରବୀଣ କୁମାରଙ୍କ ପରଲୋକ : ୭୪ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ

ରିପୋର୍ଟ : ଆରୁଶ୍ରୀ //
ନୂଆଦିଲ୍ଲୀ, (୦୮/୦୨) : ପରଲୋକରେ ମହାଭାରତ‌ ର ଭୀମ ପ୍ରବୀଣ କୁମାର ସୋବତି । ଗତକାଲି ରାତିରେ ୭୪ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ପ୍ରବୀଣ କୁମାର । ବି.ଆର. ଚୋପ୍ରାଙ୍କ ମହାଭାରତରେ ପ୍ରବୀଣଙ୍କ ଅଭିନୟ ଦେଖିବାକୁ ମିଳିଥିଲା ।

ମହାଭାରତ‌ ର ଭୀମ ଚରିତ୍ରରେ ପରଦା ଆସି ସେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ମୃତ୍ୟୁ ପୂର୍ବରୁ ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିବା ଜଣାପଡ଼ିଛି । ପିଠି ସମସ୍ୟା ତାଙ୍କୁ ବହୁତ କଷ୍ଟ ଦେଇଥିଲା । ପ୍ରବୀଣ କୁମାର ସୋବତିଙ୍କର କିଛି ମାସ ପୂର୍ବରୁ ଏକ ଅପରେସନ୍ କରାଯାଇଥିଲା । କିନ୍ତୁ ସେ ଚାଲିବାକୁ ଅସମର୍ଥ ଥିଲେ ।

ସୂଚନା ମୁତାବକ, ପ୍ରବୀଣ କୁମାର ସୋବତିଙ୍କ ଉଚ୍ଚତା ୬ ଫୁଟ୍ ୬ ଇଞ୍ଚ ହୋଇଥିବାରୁ ତାଙ୍କୁ ଅନେକ ଫିଲ୍ମରେ ଖଳନାୟକ ବା ଅଙ୍ଗରକ୍ଷୀ ଭଳି ଛୋଟମୋଟ ଚରିତ୍ରରେ ଦେଖିବାକୁ ମିଳୁଥିଲା । ହେଲେ ମାହାଭାରତରେ ଭୀମ ଚରିତ୍ରରେ ଆସି ସେ ଘରେ ଘରେ ‌ଲୋକପ୍ରିୟ ହୋଇଥିଲେ । ତେ‌ବେ ସେ ୩୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ଅଭିନୟ ଦୁନିଆରେ ପ୍ରବେଶ କରିବା ପୂର୍ବରୁ ସଫଳ ଆଥଲେଟ୍ ଥିଲେ ।

ଏଥିସହ ସେ ଡିସ୍କସ ଥ୍ରୋରେ ଏସିଆନ ଗେମ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ମଧ୍ୟ ଜିତିଥିଲେ । ଏହା ସହ ସେ ୧୯୬୮ରେ ମେକ୍ସିକୋ ଅଲିମ୍ପିକ୍ସ ଏବଂ ୧୯୭୨ରେ ମ୍ୟୁନିକ ଅଲିମ୍ପିକ୍ସରେ ଦୁଇଥର ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ଅଭିନୟ କରିବା ପୂର୍ବରୁ ସେ ବିଏସ୍ଏଫରେ ଯବାନ ଭାବେ ମଧ୍ୟ କାମ କରିଥିଲେ ।

ଏହା ପରେ ତାଙ୍କ ଉଚ୍ଚତା ଦେଖି ତାଙ୍କୁ ବି.ଆର. ଚୋପ୍ରା ଭୀମ ଚରିତ୍ର ଅଫର କରିଥିଲେ । ତାଙ୍କର ବିୟୋଗରେ ଟିଭି ଦୁନିଆରେ ଶୋକ ର ଛାୟା ଖେଳିଯାଇଛି ।

Popular Articles