ପଶ୍ଚିମା ଝଡ଼ ରେ ଦୁଇ ଦିନ ଭିଜିବ ଓଡ଼ିଶା : ବିଜୁଳି-ଘଡ଼ଘଡ଼ି ସହ କୁଆପଥର ବୃଷ୍ଟି ଆଶଙ୍କା

0
187
ପଶ୍ଚିମା ଝଡ଼

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୦୮/୦୨) : ପୁଣି ୮ ତାରିଖ ରାତିରୁ ଆଉ ଏକ ସତେଜ ପଶ୍ଚିମା ଝଡ଼ ଦେଶ ର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବା ସମ୍ଭାବନା ରହିଛି । ମଙ୍ଗଳବାର ଠାରୁ ରାଜ୍ୟ ର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ପଡିବ ।

ବର୍ତ୍ତମାନ ସକ୍ରିୟ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ୯ ତାରିଖରୁ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବୁଧବାର ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼ ଓ ସମ୍ୱଲପୁର ଜିଲ୍ଲାରେ ହାଲକା ବର୍ଷା ହୋଇପାରେ । କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ସୋନପୁର, ପୁରୀ, ବୌଦ୍ଧର କିଛି ସ୍ଥାନରେ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ହେବ ଆଶଙ୍କା କରି ଉକ୍ତ ଜିଲ୍ଲା ଗୁଡିକୁ ସତର୍କ କରାଯାଇଛି ।

ତେବେ ଅନ୍ୟ ଜିଲ୍ଲା ଗୁଡିକରେ ପାଗ ଶୁଖିଲା ରହିବ । ଆସନ୍ତା ସୋମବାର ଠାରୁ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।ଆଗାମୀ ୩ ଦିନରେ ୩ ରୁ ୪ ଡ଼ିଗ୍ରୀ ଯାଏଁ ରାତ୍ରି ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । ୯ ତାରିଖରେ ଆଭ୍ୟନ୍ତରୀଣ ଏବଂ ୧୦ ତାରିଖରେ ଉପାନ୍ତରୁ ଉପକୂଳ ଯାଏଁ ପଶ୍ଚିମା ଝଡର ପ୍ରଭାବ ରହିବ । ଏହି ଝଡ଼ର ପ୍ରଭାବରେ ରାଜ୍ୟରେ ବର୍ଷା ଆଶଙ୍କା କରାଯାଉଛି । ମଙ୍ଗଳବାର ଓ ବୁଧବାର ୬ ଜିଲ୍ଲାରେ ସାମାନ୍ୟ ରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ବୁଧବାର ଠାରୁ କିଛି ସ୍ଥାନରେ ଘନ କୁହୁଡି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ବୁଧବାର ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଏବଂ ଦେଓଗଡ ଜିଲ୍ଲା ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେହିପରି ଗୁରୁବାର ଉତ୍ତର ଓଡ଼ିଶା, ସୋନେପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି ।