ଫ୍ରେଣ୍ଡ୍ସ ୟୁନିଟ କ୍ଲବ ପକ୍ଷରୁ ଜାତୀୟ ଯୁବ ଦିବସ ପାଳନ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିନକୁ ମନେ ପକାଇ ଜାନୁୟାରୀ ୧୨ତାରିଖକୁ ସାରା ଦେଶରେ ଜାତୀୟ ଯୁବ ଦିବସ ଭାବରେ ପାଳନ କରୁଥିବା ବେଳେ ବୈପାରୀଗୁଡା ଫ୍ରେଣ୍ଡ୍ସ ୟୁନିଟ କ୍ଲବ ପକ୍ଷରୁ ମଧ୍ୟ ଏହି ଦିବସକୁ ପାଳନ କରାଯାଇଛି |

ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଜାତୀୟ ଯୁବ ଦିବସର ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ଯୋଗଦେଇଥିଲେ | ସମ୍ମାନୀୟ ଅତିଥି ମଧ୍ୟରୁ ବୈପାରୀଗୁଡା ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ, ଥାନା ଅଧିକାରୀ ଅମିତାଭ ଦାସ, ସହିଦ ଲକ୍ଷ୍ମଣ ନାୟକ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ କୁମୁଦ ରଞ୍ଜନ ମହାରଣା ଯୋଗ ଦେଇଥିଲେ | ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ଆମ ଦେଶ ପାଇଁ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ସହ ଯୁବ ଶକ୍ତିର ଆବଶ୍ୟକତା କିପରି ଅଛି ତା ଉପରେ ବୁଝାଇଥିଲେ | ସଭା ପୂର୍ବରୁ ହୋଇଥିବା ରାଲିରେ ଛାତ୍ରଛାତ୍ରୀ ମାନେ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ନର ଦେଇ ସହର ପରିକ୍ରମା କରିଥିଲେ |

ଏହି ଅବସରରେ କ୍ଲବ ପକ୍ଷରୁ ଛାତ୍ର ମଧ୍ୟରୁ ଦେବରାଜ ନାରାଜି ଓ ଛାତ୍ରୀ ମଧ୍ୟରୁ ପ୍ରିୟଙ୍କା ଡକୁଆଁକୁ ଯୁବ ସମ୍ମାନ ରେ ସମ୍ମାନୀତ କରାଯାଇଥିଲା | ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ଦୁଇ ଜଣଙ୍କୁ ସମ୍ମାନୀତ କରାଯାଇଛି ବୋଲି କ୍ଲବ ର ସଭାପତି ମଧୁସୂଦନ ରାଉତ ପ୍ରକାଶ କରିଥିଲେ | ଏହି କାର୍ଯ୍ୟକ୍ରମରେ ଫ୍ରେଣ୍ଡ୍ସ ୟୁନିଟ କ୍ଲବର ଭୀମସେନ ବିଷୋୟୀ, କେ. ଉମାଶଙ୍କର, ରବି ସାଗରିଆ, ଧନପତି ନାୟକ, ମନ୍ଦାକିନୀ ପାଇକ, ପ୍ରଭାତୀ ପାତ୍ର ଉପସ୍ଥିତ ଥିଲେ |

Comments are closed.