Related Contents

ସି ଆର ପି ଏଫ ୪ମ ବାଟାଲିୟନ ରାୟଗଡା ତରଫରୁ ସିଭିକ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା ଜ଼ିଲ୍ଲାପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ମାଓ ଉପଦ୍ରୁତ ଅଂଚଳରେ ରାୟଗଡା କେନ୍ଦ୍ରୀୟ ସୁରକ୍ଷା ବଳ ୪ମ ବାଟାଲିୟନ ତରଫରୁ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି |

କୈଳାଶପୁର ଠାରେ ଅନୁଷ୍ଠିତ ଶିବିରରେ ଖେଳ ସାମଗ୍ରୀ ଉପସ୍ଥିତ ମୁକୁନ୍ଦପୁର, କୈଳାଶପୁର, ବାଙ୍କିଲି, ଭୋଇମାଡା, ଝୋରିଡି, ରେଖପଦର, କଟିକଣା ଏହିପରି ୨୮ଖଣ୍ଡ ଗ୍ରାମର ଖେଳାଳିଙ୍କୁ ଭଲି ବଲ, ଫୂଟ ବଲ କରମ ବୋର୍ଡ଼, କ୍ରିକେଟ ସାମଗ୍ରୀକୁ ୪ମ ବାଟାଲିୟନ କମାଣ୍ଡାଣ୍ଟ ୱାଇ କେ ରାଜପୁତ, ଶଙ୍କର ଲାଲ ମୀନା, ଅତିରିକ୍ତ କାମାଣ୍ଡେଣ୍ଟ ଓ ଇନିସ୍ପେକଟର ମୁକେଶ୍ୱକୁମାର ପ୍ରଦାନ କରିଥିଲେ | କୈଳାଶପୁର ସରପଞ୍ଚ ଅଭିରାମ ଉଲାକା କୈଳାଶପୁର ଏସ ଏସ ଡ଼ି ସ୍କୁଲ ପ୍ରଧାନଶିକ୍ଷକ ବି ବି ନାୟକ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ହରିଶ୍ଚନ୍ଦ୍ର ପାଣି ଉପସ୍ଥିତ ଥିଲେ | ଠିକ ସେହିପରି ଗୁଡାରି ବ୍ଲକ ମାଓ ଉପଦ୍ରୁତ ବାମୁଣୀଡ୍ସଙ୍ଗର ଠାରେ ମଧ୍ୟ ଏକ ଜନ ସମ୍ପର୍କ ଶିବିର ସି ଆର ପି ଏଫ ୪ବାଟାଲିୟନ ତରଫରୁ ଅନୁଷ୍ଠିତ ହୋଇଯାଇଛି | ଉପସ୍ଥିତ ଗ୍ରାମବାସି ବୃନ୍ଦ ଡୁମ୍ବା ଗୁଡା, ଅସଡା, କେନ୍ଦୁଗୁଡା, ସିଲିମି, ଵଦୀଗୁଡା, ଜାନକିପେଟା, ମୁଲିପୁଟ, ର ପ୍ରାୟ ୬୦୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଶୀତ ବସ୍ତ୍ର ଲୁଙ୍ଗି, ଗାମୁଛା, ଶାଢ଼ୀ ଇତ୍ୟାଦି ଶ୍ରୀ ସୁଶୀଲ କୁମାର ସିନ୍ଧେ ସେକେଣ୍ଡ ଇନ ଚାର୍ଜ କାମାଣ୍ଡେଣ୍ଟ, ପିଏମ ଅଶୋକ ଡେପୁଟି କାମାଣ୍ଡେଣ୍ଟ ଇନିସ୍ପେକଟର ବେଣୁ ରାମ ପ୍ରଦାନ କରିଥିଲେ |

ତହସିଲଦାର ଗୁଡାରି କୁମାରୀଭାରତୀ ଦେବୀ, ଅତିରିକ୍ତ ତହସିଲଦାର ପୂର୍ଣ ଚନ୍ଦ୍ର ନାୟକ, ଅସଡା ସରପଞ୍ଚ ମୁକ୍ତେଶ୍ୱରୀ ଶବର ଗୁଡାରି ଥାନା ଅଧିକାରୀ ଉଦୟନାଥ ସେଠି, ସି ଆର ପି ଏଫ ୪ମ ବାଟାଲିୟନ ଏ ଏସ ଏଇ ପଣ୍ଡା ବାବୁ, ସରୋଜ ମହାନ୍ତି ଉପସ୍ଥିତ ଥିଲେ | କେନ୍ଦ୍ରୀୟ ସୁରକ୍ଷା ବଳ ୪ମ ବାଟାଲିୟନର ଏହି କାର୍ଯ୍ୟକ୍ରମକୁ ଜନସାଧାରଣ ବହୁ ପ୍ରଶଂସା କରିଥିଲେ |

Comments are closed.