Related Contents

ବଡ଼ସାଇମରା ଗ୍ରାମପଂଚାୟତରେ ନୂତନ ବର୍ଷ ଉପଲକ୍ଷେ କଳାକାର ଭତ୍ତା ବଣ୍ଟନ

ମୁରିବାହାଲ (ଭଗବାନ ମହାନ୍ତି/ନିମାଇଁ ବଘାର): ମୁରିବାହାଲ ବ୍ଲକ ବଡ଼ସାଇମରା ଗ୍ରାମ ପଞ୍ଚାୟତ ଠାରେ କଳାକାର ସଂଘ ତରଫରୁ ନୂତନ ବର୍ଷ ଉପଲକ୍ଷେ ତୁରକେଲା ବ୍ଲକ, ମୁରିବାହାଲ ବ୍ଲକ ଓ ବଙ୍ଗୋମୁଣ୍ଡା ବ୍ଲକର ସମସ୍ତ କଳାକାର ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା |

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷ ହଂସରାଜ ଜୈନ, ସମ୍ମାନୀୟ ଅତିଥି ସମିତି ଉପାଧ୍ୟାକ୍ଷା ସୁନ୍ଦରମତୀ ବାଗ ଯୋଗଦେଇଥିଲେ | କାର୍ଯ୍ୟକ୍ରମରେ କଳାକାର ସଂଘର ସଭାପତି, ସରପଂଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ | ଶ୍ରୀ ଜୈନ ବିଜେଡିର ଲୋକାଭିମୁଖ କାର୍ଯ୍ୟକ୍ରମକୁ ନବୀନ ସରକାରଙ୍କ ବର୍ଣ୍ଣନା କରିଥିଲେ | କଳାକାର ମାନେ ଯେଉଁ କଳା ମାଧ୍ୟମରେ ଲୋକଙ୍କୁ ପରିବେଷଣ କରୁଛନ୍ତି ସେମାନେ ପ୍ରସଂସାର ପାତ୍ର | ସରକାର ସେମାନଙ୍କୁ ସମ୍ମାନ ଜଣାଇଛନ୍ତି | ଭତ୍ତା ବିଷୟରେ ସେ କହିଥିଲେ ପ୍ରୋତ୍ସାହନ ରାଶି ଯାହା ହେଉନା କାହିଁକି ତାଙ୍କର ପରିଚୟ ସେମାନେ ପାଇଛନ୍ତି | ସରକାର ତାଙ୍କୁ ସମ୍ମାନ ଦେଇଛନ୍ତି, ଇଜ୍ଜତ ଦେଇଛନ୍ତି ସବୁଠୁ ବଡ କଥା | ସରକାରଙ୍କୁ ଆମେ ଅନୁରୋଧ କରିବୁ ଯେମିତି ଦୁଇଗୁଣ ଭତ୍ତା ପାଇବା ପାଇଁ | ମୁରିବାହାଲରେ ମାତ୍ର ୨୦ଜଣ ପାଇଛନ୍ତି | ଆମେ ଚେଷ୍ଟା କରିବୁ ବ୍ଲକ୍ ରେ ଯେତେ କଳାକାର ଅଛନ୍ତି ସମସ୍ତେ ଦରଖାସ୍ତ ଦିଅନ୍ତୁ |

ଆଗରୁ ବଲାଙ୍ଗୀରରେ ଦରଖାସ୍ତ ଦେବାକୁ ପଡୁଥିଲା ଏବେ ଆଉ ବଲାଙ୍ଗୀର ଯିବାକୁ ପଡ଼ିବ ନାହିଁ ବିଡ଼ିଓ ଆଜ୍ଞାଙ୍କ ପାଖରେ ଦରଖାସ୍ତ ଦେବେ | ଆମେ ଚେଷ୍ଟା କରିବୁ ବ୍ଲକର ସବୁକଳାକାର ଭତ୍ତା ପାଇବାରେ ଯେମିତି ବଂଚିତ ନ ହୁଅନ୍ତୁ | ଏହି କାର୍ଯ୍ୟ କ୍ରମରେ ଶତାଧିକ ଲୋକ ଯୋଗ ଦେଇଥିଲେ |

Comments are closed.