ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ କୁ ବନ୍ଦ କରିବା ପାଇଁ ହାଇକୋର୍ଟ ରୁ ଅର୍ଡର

0
402
ନୂତନ ପଞ୍ଚାୟତ କାର୍ଯ୍ୟାଳୟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୭/୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କନ୍ଧ କାତିପାଡୁ ପଞ୍ଚାୟତ ର ନୂତନ କାର୍ଯ୍ୟାଳୟ ପଞ୍ଚାୟତ ଗୃହ ନିର୍ମାଣ କୁ ବନ୍ଦ କରିବା ପାଇଁ ହାଇକୋର୍ଟ ରୁ ଷ୍ଟେ ଅଡରକୁ ଆଣି ବିଡ଼ିଓ, ତହସିଲଦାର ଙ୍କୁ ପ୍ରଦାନ କରିଥିବା ଦେଖିବାକୁ ମିଳିଛି ।e9d832da 7c11 416d ba5c 9cc37c1f22b4 ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ କୁ ବନ୍ଦ କରିବା ପାଇଁ ହାଇକୋର୍ଟ ରୁ ଅର୍ଡର

ନୂତନ ପଞ୍ଚାୟତରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ କୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାକୁ ବନ୍ଦ କରିବାକୁ ନେଇ ବିଡ଼ିଓ , ତହସିଲଦାର ଓ ଜିଲାପାଳ ଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । ଏଥିରେ ଜିଲାପାଳ ଉକ୍ତ ଗ୍ରାମବାସୀଙ୍କୁ କହିଥିଲେ ଯେ ହାଇକୋର୍ଟ ଠାରୁ ଷ୍ଟେ ଅଡର ଆଣି ପ୍ରଦାନ କଲେ । ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ବନ୍ଦ କରାଯିବ ବୋଲି କହିଥିବାରୁ ଆଜି କନ୍ଧକାତିପାଡୁ ଗାଁର ରାମସିଙ୍ଗ ହିମିରିକା, ସମନାଥ ହିମିରିକା, ମନେଶ୍ୱ ରାଓ ହିମିରିକା, ଶଙ୍କର ରାଓ ହିମିରିକା, ହାଇକୋର୍ଟ ର ଷ୍ଟେ ଅଡର ଆଣି ବିଡ଼ିଓ ସୁଧାକର ରଇତ,ତହସିଲଦାର ଦେବାଶିଷ କର ଙ୍କୁ ପ୍ରଦାନ କରିଥିଲେ ।

ଏହି ସମ୍ପର୍କରେ ବିଡ଼ିଓ ସୁଧାକର ରଇତଙ୍କୁ ପଚାରିବାରୁ ସେ କହିଲେ ରାଜସ୍ୱ ଅଧିକାରୀ ମାନଚିତ୍ର ଧରି ଆମକୁ ଯେଉଁ ସ୍ଥାନ ଦେଖାଇଥିଲେ ସେଠାରେ କାମ ଆରମ୍ଭ କରାଯାଇଥିଲା । ତାହାକୁ ନେଇ ଗାଁରେ ଗଣ୍ଡଗୋଳ ହୋଇଥିଲେ । ବର୍ତ୍ତମାନ ଗ୍ରାମବାସୀ ହାଇକୋର୍ଟ ରୁ ଷ୍ଟେ ଅଡର ଆଣି ଦେଇଛନ୍ତି । ଅଡର ଅନୁସାରେ କାର୍ଯ୍ୟ ବନ୍ଦ କରାଯିବ ଓ ହାଇକୋର୍ଟ ଓକିଲ ସହିତ କଥା ହେବୁ ବୋଲି କହିଛନ୍ତି । ଏ ବିଷୟରେ ତହସିଲଦାର ଦେବାଶିଷ କର ଙ୍କୁ ପଚାରିବାରୁ ସେ କହିଲେ ବର୍ତ୍ତମାନ ପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇଛି । ୨୩ ତାରିଖ ପରେ ଏହାର ସଠିକ ଜଣାପଡିବ ବୋଲି କହିଛନ୍ତି ।