Friday, March 29, 2024

Top 5 This Week

Related Posts

୨ ଟି ସୁନା ହାର ସହ ବ୍ୟାଗ ଫେରସ୍ତ କରି ବଦାନ୍ୟତା ଦେଖାଇଛନ୍ତି ବିଏସଏଫ କର୍ମୀ

ରିପୋର୍ଟ : ଗୋପୀନାଥ ଗୌଡ଼
ବୈପାରୀଗୁଡା, (୦୭/୦୨) : ୨ ଟି ସୁନା ହାର ସହ ବ୍ୟାଗ ଫେରସ୍ତ କରି ବଦାନ୍ୟତା ଦେଖାଇଛନ୍ତି ବିଏସଏଫ କର୍ମୀ, ଏହି ଘଟଣାଟି ଆଜି ତଥା ସୋମବାର ଦିନ ସକାଳେ ବୈପାରୀଗୁଡା ସ୍ଥିତ ୧୫୧ ବିଏନ ବିଏସଏଫ କେମ୍ପରେ ଦେଖିବାକୁ ମିଳିଛି lWhatsApp Image 2022 02 07 at 1.12.13 PM ୨ ଟି ସୁନା ହାର ସହ ବ୍ୟାଗ ଫେରସ୍ତ କରି ବଦାନ୍ୟତା ଦେଖାଇଛନ୍ତି ବିଏସଏଫ କର୍ମୀ

ସୂଚନା ଅନୁଯାୟୀ, ଗଵିନ୍ଦପାଲୀ ଗ୍ରାମ ର କୁଞ୍ଜ ବିହାରୀ ଭୁକ୍ତା ନିଜ ପରିବାର ସହ କୋରାପୁଟରେ ବାହାଘର ପାଇଁ ୨ ଟି ସୁନା ହାର ସହ ବ୍ୟାଗ ଧରି ବେସରକାରୀ ବସ ମହାବାହୁରେ ଯାଉଥିଲେ l ସେହି ବସରେ ବିଏସଏଫ କର୍ମୀ ମାନେ ମଧ୍ୟ ଆସୁଥିଲେ l ସୁରକ୍ଷା କର୍ମୀ ମାନେ ବୈପାରୀଗୁଡା ବିଏସଏଫ କେମ୍ପରେ ଓ଼ଲ୍ଳେହେଇ ଥିଲେ l ହେଲେ ଭୁଲବଶତଃ ଶ୍ରୀ କୁଞ୍ଜଙ୍କ ଗୋଟିଏ ବ୍ୟାଗ ବିଏସଏଫଙ୍କ ବ୍ୟାଗ ସହ ଓ଼ଲ୍ଳେହେଇ ଦେଇଥିଲେ l ସୁରକ୍ଷା କର୍ମୀ ସେ ବ୍ୟାଗ ତାଙ୍କର ନାହିଁ ବୋଲି ଜାଣିବା ପରେ ସଙ୍ଗେ ସଙ୍ଗେ ବୈପାରୀଗୁଡା ସ୍ଥିତ ଘରୋଇ ବସ ଟିକଟ କାଉଣ୍ଡରରେ ସୂଚନା ଦେଇଥିଲେ l

ଟିକଟ କାଉଣ୍ଟର ଵାଲା ବସ କଣ୍ଡକ୍ଟରକୁ ଜଣାଇବା ପରେ ଖବର ପାଇଁ ଶ୍ରୀ କୁଞ୍ଜ ବୈପାରୀଗୁଡା ବିଏସଏଫ କେମ୍ପରେ ପହଞ୍ଚି ସୁନା ହାର ସହ ନିଜ ବ୍ୟାଗ ଫେରି ପାରିଛନ୍ତି ଏବଂ ଏଥିରେ ସାହାଯ୍ୟ କରିଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଦେଇଛନ୍ତି l

Popular Articles