Related Contents

ଉପଖଣ୍ଡ ସ୍ଥରୀୟ ଚଇତି ଇଡତାଲ ୨୦୧୮-୧୯ର ଉଦଘାଟନ କଲେ ଜ଼ିଲ୍ଲାପାଳ

ରାୟଗଡା ଜ଼ିଲ୍ଲାପ୍ରତିନିଧି (ଅମୁଲ୍ୟ ନିଶଙ୍କ): ଜ଼ିଲ୍ଲାସ୍ଥରୀୟ ଚଇତି ମୋହତ୍ସବର ସଫଳ ପରିସସମାପ୍ତି ପରେ ଗୁଣୁପୁରୁ ଠାରେ ଉପଖଣ୍ଡ ସ୍ଥରୀୟ ଚଇତି ଇଡତାଲ ଉତ୍ସବକୁ ରାୟଗଡା ଜ଼ିଲ୍ଲାପାଳ ଶ୍ରୀମତୀ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି |

ଏହା ତିନିଦିନ ଧରିଚାଲିବ | ସ୍ଥାନୀୟ ଜଗନାଥ ମନ୍ଦିରରୁ ଉପଜ଼ିଲ୍ଲାପାଳ ବି ଏସ ବଳିରାମ କଳସ ଧରି ବାହାରିଥିଲେ | ଏହି କଳସ ଏକ ବିରାଟ ପଟୁଆରରେ ମା ମାଣିକେଶ୍ବରୀ ମନ୍ଦିର ଦେଇ ନୂତନ ବସଷ୍ଟାଣ୍ଡରେ ପହଁଚିଥିଲା | ଏହି ଶୋଭାଯାତ୍ରାରେ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ଘୁମୁରା ଲାଞ୍ଜିଆ ସୌରାଙ୍କ ନୃତ୍ୟ ଡଙ୍ଗରିଆ କନ୍ଧ ସାପୁଆ ସାପୁଆଣିଙ୍କ ନାଚ ଗୀତରେ ଦୁଲୁକିଥିଲା ସମଗ୍ର ଗୁଣୁପୁର ସହର | ଏହି ଶୋଭାଯାତ୍ରାରେ ପି ଏ ଆଇଟି ଡ଼ି ଏ ଗୋରାଚାନ୍ଦ ଗମାଙ୍ଗ ବି ଡ଼ି ଓ ଗାୟତ୍ରୀ ଦେବୀ ତହସିଲଦାର ନମ୍ରତା ଦେବୀ ସୂଚନା ଲୋକସସମ୍ପର୍କ ଅଧିକାରୀ ରଶ୍ମିରଣୀ ନିମକା ଜ଼ିଲ୍ଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗ ସଭ୍ୟା ଲକ୍ଷ୍ମୀ ଶବର ଏସ ଡ଼ି ପି ଓ ଅଶ୍ୱିନୀ ନାୟକ ଆଦର୍ଶ ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ରହିଥିଲେ | ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଜ଼ିଲ୍ଲାପାଳ ତାଙ୍କରି ମନ୍ତବ୍ୟରେ କହିଲେ ସୁସ୍ଥ ସମାଜ ଗଠନରେ ଯୁବ ପିଢ଼ିଙ୍କ ଦାଇତ୍ୱ ଗୁରୁତ୍ୱ ପୂର୍ଣ୍ଣ | ଚଇତି ଇଡିତାଲର ମୁଖ୍ୟ ଲକ୍ଷ୍ୟ ସ୍ଥାନୀୟ ଅଂଚଳର କଳା ଓ ସଂସ୍କୃତିକୁ ଉଦ୍ଜୀବିତ ରଖିବା ବହୁ ସହାୟକ ହେଉଛି | ଆମ ପରମ୍ପରାକୁ ଆମେ ବଜାୟ ରଖିବା ଆମରି କର୍ତବ୍ୟ ବୋଲି ମତଦେଇଥିଲେ |

ଅନ୍ୟ ତମ ଅତିଥି ଜ଼ିଲ୍ଲା ପୋଲିସ ଆରକ୍ଷୀ ଶ୍ରୀ ରାହୁଲ ପି ଆର କହିଥିଲେ କଳା ସଂସ୍କୃତି କେନ୍ଦ୍ରରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପୋଲିସର ଗୁରୁଦାୟିତ୍ୱ | ତେଣୁ ପୋଲିସକୁ ସମଗ୍ର ଜନସାଧାରଣ ସହଯୋଗ କରିବା ଆବଶ୍ୟକ | ଅନ୍ୟତମ ଅତିଥି ରୂପେ ଏସ ପି ଙ୍କ ପତ୍ନୀ ଶ୍ରୀମତୀ ଏଲ ଦିବ୍ୟା ଆଇ ପି ଏସ ମଂଚାସୀନ ଥିଲେ |

Comments are closed.