ନାଲକୋ ଏବଂ ଏଜି ଭଳି ସରକାରୀ ସଂସ୍ଥାରେ ଚାକିରି ଦେବାକୁ କହି ୭ ଲକ୍ଷ ଠକେଇ

0
125
ନାଲକୋ ଏବଂ ଏଜି

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୦୭/୦୨) : ନାଲକୋ ଏବଂ ଏଜି ଭଳି ସରକାରୀ ସଂସ୍ଥାରେ ଚାକିରି ଦେବାର ଲୋଭ ଦେଖାଇ ଲୁଟିନେଲେ ଟଙ୍କା । କେତେକ ଛାତ୍ରଛାତ୍ରୀଙ୍କ ଠାରୁ ପ୍ରାୟ ୭ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

ଭୁବନେଶ୍ୱରରେ ଥିବା ଏକ କନସଲଟାନ୍ସି ସଂସ୍ଥା ନାଲକୋ ଏବଂ ଏଜି ଭଳି ସରକାରୀ ସଂସ୍ଥା ର ନକଲି ନିଯୁକ୍ତି ପତ୍ର ଦେଇ ଏଭଳି ଠକେଇ କରିଥିବା କହିଛନ୍ତି ଅଭିଯୋଗକାରୀ । ଏପରିକି ଚାକିରି ପାଇବାକୁ ହେଲେ ଶାରୀରିକ ସମ୍ପର୍କ ରଖିବାକୁ ପଡିବ ବୋଲି କନସଲଟାନ୍ସି ସଂସ୍ଥା ର କର୍ମଚାରୀ ଯୁବତୀଙ୍କୁ କହିଥିବା ଅଭିଯୋଗ ହୋଇଛି ।

ଏ ନେଇ ଥାନାରେ ଅଭିଯୋଗ କରିବା ପରେ ବି ପୋଲିସ ଅଭିଯୋଗ ଗ୍ରହଣ ନ କରିବାରୁ ବାରମ୍ବାର ଥାନାକୁ ଦୌଡୁଛନ୍ତି ଯୁବତୀ ଜଣକ । ଅଭିଯୋଗ ହୋଇଥିବା ବ୍ୟକ୍ତି ଜଣଙ୍କ ଥାନା ଭିତରେ ପୋଲିସ ସମ୍ମୁଖରେ ଯୁବତୀଙ୍କୁ ଟଙ୍କା ଫେରାଇବେ ନାହିଁ ବୋଲି ଧମକ ଚମକ ଦେଇଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଅଭିଯୋଗକାରୀ ଯୁବତୀ ।