ନିର୍ବାଚନୀ ସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କୋଭିଡ ନିୟମ ର ଉଲଂଘନ ଅଭିଯୋଗ କଲେ ବିରୋଧୀ

0
125
ନିର୍ବାଚନୀ ସଭାରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, ତା(୦୭/୦୧) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କୁ ଓଡ଼ିଶା ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ସଇଁତଲା ବ୍ଲକ ଚଳିତ ନିର୍ବାଚନ ପାଇଁ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ତେବେ ସଇଁନ୍ତଳା ବ୍ଲକ ରେ ଶାସକ ଦଳର ଭରସା ଯୋଗ୍ୟ ନେତା ଭାବେ ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଚନ୍ଦ୍ର ବଦନ ପୁରୋହିତ, ଦଳୀୟ କର୍ମକର୍ତ୍ତା, ବୁଦ୍ଧିଜୀବୀ, ସମାଜସେବା ଓ ତାଙ୍କ ସରଳତାକୁ ନେଇ ଆଦରଭାବ ରହିଛି ବୋଲି ଉକ୍ତ କାର୍ଯ୍ୟକ୍ରମ ରେ ପ୍ରକାଶ ପାଇଛି ।

କିଛି ଦିନ ପରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ରାଜ୍ୟ ସରକାର ଓ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ସ୍ଥାନୀୟ ଧରପଗଡ଼ ଠାରେ ନିର୍ବାଚନୀ ସଭାରେ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ଉପସ୍ଥିତରେ ହରିସଚନ୍ଦ୍ର ପଧାନ, ନୀଳକଣ୍ଠ ଦଣ୍ଡିଆ, ସଦନ ମନହିରା, ସୁରଥ ଦାନୀ, ଭିକାରୀ ଦଣ୍ଡିଆ, ଗୋଲକ ପଧାନ, ତପନ ଭୋଇ, ମନୋଜ କୁମ୍ଭାର, ମକୁନ୍ଦ ମହାକୁର, ସୁଶୀଳ ମହାକୁର, ଯୁଗୀନ ବଗର୍ତ୍ତି, ପରମା ବଗର୍ତ୍ତି, ରୁଷି ସାହୁ, ଭୁବନ ବାରିକ, ନବୀନ କୁମ୍ଭାର, ରହିତ ଦଣ୍ଡସେନା, ଆନନ୍ଦ ଦଣ୍ଡିଆ,ପ୍ରେମ ରାଜ ରଣା ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ ।

ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବଦନ ପୁରୋହିତ, ରାଜ କିଶୋର ଡାଙ୍ଗ, ନରେନ୍ଦ୍ର ଭୋଇ, କାହ୍ନୁ ଚନ୍ଦ୍ର ସିଂ ବାବୁ, ଦୀପାଞ୍ଜଳି ଡାଙ୍ଗ, ଗୋପାଳ ଚନ୍ଦ୍ର ବାବୁ, ଆନନ୍ଦ ଠାକୁର, ଟିକ୍ରାପଡ଼ାର ୩୦ ନମ୍ୱର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ହିମାଞ୍ଚଳ ବୁଡେକ, ସ୍ଥାନୀୟ ସମିତି ସଭ୍ୟ ପ୍ରାର୍ଥୀ ଫକୀର ଚରଣ ପଣ୍ଡା ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ଦଳୀୟ ନେତା କର୍ମୀମାନେ ସାଧାରଣ ଙ୍କ ସହ ସର୍ବଦା ଜଡିତ ରହୁଥିବା ପ୍ରକାଶ କରିଛନ୍ତି ।

ଏ ନେଇ ବିରୋଧୀ ଦଳ ତରଫରୁ ନିଜ ମନ୍ତ୍ରୀ ପଦବୀ ରେ ଏତେ ଦିନ ରହି ଜିଲ୍ଲା ମାନ୍ୟତା ତ ଦୂରର କଥା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନେଇ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥା ଥିବା ଜଣେ ନର୍ସ ଉକ୍ତ ମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ର ମୁଖ୍ୟ ଟିଟିଲାଗଡ଼ ସବ ଡିଭିଜନାଲ ଡ଼ାକ୍ତର ଖାନା ରେ ରହୁଥିବା ବେଳେ ଗୁରୁତର ଡାକ୍ତର, କର୍ମଚାରୀ ପରି ପଦବୀ ଖାଲି ପଡିବା ନେଇ କଂଗ୍ରେସ ଦଳ ପକ୍ଷରୁ ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ନିଜ ପଦବୀ ରେ ରହି ଏପରି ଦଳୀୟ ପ୍ରଚାର ଓ ସ୍ମାର୍ଟକାର୍ଡ ବଣ୍ଟନ କେବଳ ଶସ୍ତା ଲୋକପ୍ରିୟତା ହାସଲ କରିବା ପାଇଁ ଚେଷ୍ଟା ବୋଲି କହିଛନ୍ତି । ସମସ୍ୟା ସମ୍ପର୍କରେ ଅବଗତ ଥାଇ ଲୋକେ କେଉଁ ପ୍ରାର୍ଥୀ ଙ୍କୁ ଭୋଟ ଦେବେ ଓ କୋଭିଡ କଟକଣା ନିୟମ କେବଳ ଶାସକ ଦଳ ପାଇଁ ନୁହେଁ ବୋଲି କହିଛନ୍ତି । ଆଗାମୀ ଦିନରେ କିଏ କ୍ଷମତା ରେ ରହିବ ତାହା ଦେଖିବା ବାକି ରହିଲା ।