Friday, March 29, 2024

Top 5 This Week

Related Posts

ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ ଜବରଦସ୍ତ ପ୍ରଚାର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୬/୨) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲା ପରିଷଦ ଆସାଇ ପ୍ରାର୍ଥୀ ‘ କ’ ଓ ‘ଖ’ ଜୋନରେ ବିଜେଡି ଓ କଂଗ୍ରେସ ପକ୍ଷରୁ ବାଇକ ରାଲି କରି ଜୋରସୋରରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।1d7d1ff7 6d9e 43ed 82ef 42d7277ebc6b ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ ଜବରଦସ୍ତ ପ୍ରଚାର

ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ ଜବରଦସ୍ତ ପ୍ରଚାର, ବିଜେଡି ପକ୍ଷରୁ ମନ୍ତ୍ରୀ ଜଗନ୍ନାଥ ସାରକା କଲ୍ୟାଣସିଂହପୁର ଗସ୍ତ କରି ଆସାଇ ଦଳ ସମର୍ଥିତ ପ୍ରାର୍ଥୀ (ଖ) ଜୋନ ର ବୋମି ଗୌରିଦେବୀ (କ) ଜୋନ ର ବି ଭି. ୱାରା ପ୍ରସାଦ ରାଓ, ସରପଞ୍ଚ ପ୍ରାର୍ଥୀ, ସମିତି ସଭ୍ୟସଭ୍ୟା, ୱାର୍ଡ ସଦସ୍ୟ ସମେତ ଦଳୀୟ କର୍ମୀ ସୁନ୍ଦର ରାଓ ବାଗ, ଗେଦଲି ଶ୍ରୀନୁ, ବୃନ୍ଦାବନ ପାଢ଼ୀ ଓ ନେତା କର୍ମୀ ପ୍ରମୁଖ ଏକତ୍ରିତ ହୋଇ ବାଇକ ରାଲିରେ ବୁଡ଼ାଗୁଡା, ମାଝୀଗୁଡା, ସୁନାଖଣ୍ଡି ଓ ପଲମା ପଞ୍ଚାୟତର ଗାଁ ଗାଁ ବୁଲି ବୁଲି ଭୋଟ ଭିକ୍ଷା ମାଗିଥିଲେ ।22913bfd 41bf 42e3 b283 cdb0fe163f2f ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ ଜବରଦସ୍ତ ପ୍ରଚାର

ସେହିପରି କଂଗ୍ରେସ ପକ୍ଷରୁ (କ) ଜୋନ ର ଆସାଇ ପ୍ରାର୍ଥୀ ଅଶ୍ୱିନୀ କୁମାର ମହାପାତ୍ର ଦଳୀୟ କର୍ମୀ ନେତା ସମର୍ଥିତ ପ୍ରାର୍ଥୀମାନଙ୍କୁ ନେଇ ବାଇକ ରାଲି କରି କଲ୍ୟାଣସିଂହପୁର, ସିଙ୍ଗାରି, ଧାମୁଣିପଙ୍ଗା ପଞ୍ଚାୟତ ର ବିଭିନ୍ନ ଗାଁ ଗାଁ ବୁଲି ଭୋଟ ଭିକ୍ଷା ମାଗୁଥିବା ଦେଖିବାକୁ ମିଳିଛି । ଏହି ଦୁଇ ଦଳ ମଧ୍ୟରେ ଜୋର ସୋର ରେ ପ୍ରଚାର କରୁଥିବା ବେଳେ ବିଜେପି ଓ ସ୍ୱାଧୀନ ପାର୍ଟି ର ସମର୍ଥିତ ଜିଲା ପରିଷଦ ପ୍ରାର୍ଥୀ ମାନେ ମଧ୍ୟ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଏହି ନିର୍ବାଚନରେ ୪ଟି ଦଳ ମଧ୍ୟରୁ କିଏ ବାଜି ମାରିବ ଦେଖିବାର ରହିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles