ନିର୍ବାଚନ ଆଚରଣ ଵିଧି ଉଲ୍ଲଙ୍ଘନ ଅଭିଯୋଗ

0
140
ନିର୍ବାଚନ ଆଚରଣ ଵିଧି

ରିପୋର୍ଟ : ସୁଶାନ୍ତ ବେହରା
ବୌଦ୍ଧ, (୦୫/୦୨) : ବୌଦ୍ଧ ଜିଲ୍ଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ବାତାବରଣ ଉଷ୍ମତା ସେତିକି ଜୋର ଧରୁଛି l କେଉଁଠି ନିର୍ବାଚନ ଆଚରଣ ଵିଧି ଉଲ୍ଲଙ୍ଘନ ର ଅଭିଯୋଗ ହେଉଛି ତ କେଉଁଠି ଉଭୟ ଗୋଷ୍ଟୀ ମଧ୍ୟରେ ରାଜନୈତିକ ହିଂସା ଦେଖିବାକୁ ମିଳୁଛି l

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାର୍ଡୋଲ ଗ୍ରାମରେ ଥିବା ସରକାରୀ ଗୃହ (ମିଶନ ଶକ୍ତି ଓ ଗ୍ରାମ ସେବକ ଗୃହ) ରେ ରାଜନୈତିକ ବୈଠକ କରାଯାଉଥିବା ଅଭିଯୋଗ ହୋଇଛି l ଅଭିଯୋଗ ରୁ ପ୍ରକାଶ ଯେ ସରପଞ୍ଚ ପ୍ରାର୍ଥୀନୀ ଶ୍ରୀମତୀ ସୁମତି ଜଗଦଲା ଓ ତାଙ୍କ ସମର୍ଥକ ମାନେ ନିର୍ବାଚନ ଆଚରଣ ଵିଧି ଉଲ୍ଲଙ୍ଘନ କରି ସରକାରୀ ଗୃହ ରେ ନିଜର ରାଜନୈତିକ ବୈଠକ ଓ ଭୋଜି ଭାତ ପ୍ରତ୍ୟେକ ଦିନ କରୁଛନ୍ତି l ଯାହା ଖୋଲା ଖୋଲି ନିୟମ ଉଲ୍ଲଙ୍ଘନ ହେଉଛି ବୋଲି ପ୍ରତିପକ୍ଷ ପ୍ରାର୍ଥୀନୀ ସୁଜାତା ଭୋଇ ଅଭିଯୋଗ କରିଛନ୍ତି l

କଣ୍ଟାମାଳ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଓ ଏହାର ଏକ କିତା ନକଲ ରାଜ୍ୟ ନିର୍ବାଚନ କମିଶନ, ବୌଦ୍ଧ ଜିଲ୍ଲାପାଳ, ନିର୍ବାଚନ ପର୍ଯ୍ୟବେକ୍ଷକ ବୌଦ୍ଧ ଜିଲ୍ଲା ଓ ମନମୁଣ୍ଡା ଥାନା ଅଧିକାରୀ ଙ୍କ ନିକଟକୁ ପଠା ଯାଇଛି l