ପଡେଇକାନି ରେ ମାଁ ଠାକୁରାଣୀଙ୍କ ବାଲାଣି ପର୍ଵ

0
314
ପଡେଇକାନି ରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, ତା(୫/୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ରେ ସରସ୍ବତି ପୂଜା ପରିବର୍ତ୍ତେ ଗାଁ ଗାଁ ରେ ଆଦିବାସୀ ଙ୍କ ପରମ୍ପରା ଅନୁଯାୟୀ ମାଁ ଠାକୁରାଣୀଙ୍କ ବାଲାଣି ପର୍ବ ପାଳନ କରାଯାଉଛି । ସେହିପରି ପଡେଇକାନି ରେ ମାଁ ଠାକୁରାଣୀଙ୍କ ବାଲାଣି ପର୍ଵ ପାଳିତ ହୋଇ ଯାଇଛି ।47d01836 2ddc 4d8c bef7 8dbebf1e8786 ପଡେଇକାନି ରେ ମାଁ ଠାକୁରାଣୀଙ୍କ ବାଲାଣି ପର୍ଵ

ଏହି ଠାକୁରାଣୀ ପର୍ବ ରେ ଆଦିବାସୀ ପାରମ୍ପରିକ ରୀତିନୀତି ଅନୁସାରେ ଜ୍ଵର, ବେମାର ହେଲେ ବେଜୁ, ବେଜୁଣି ଙ୍କ ଦ୍ଵାରା ମାନସିକ କରିଥାନ୍ତି । ମାନସିକ ପୂର୍ଣ୍ଣ ହେଲେ ବଲାଣି ଦିନରେ ମାନସିକ କରିଥିବା ପୂଜା ଗୁଡିକ ବେଜୁ ବେଜୁଣି ମଧ୍ୟରେ ମାନସିକ କରିଥିବା ବଳୀ କୁକୁଡ଼ା, ପାରା, ଛେଲି, ମେଣ୍ଢା ଓ ନଡ଼ିଆ ଇତ୍ୟାଦି କୁ ବାଲାଣି ଜାଗାରେ ପୂଜା କରାଯାଏ । ଏହିପରି ଆଦିବାସୀ ମାନେ ମାର୍ଗଶିର ମାସ ଠାରୁ ମାଘ ମାସ ମଧ୍ୟରେ କରିଥାନ୍ତି । ଏହି ବଲାଣି ପର୍ବ ପୂର୍ବ ଠାରୁ ପାଳିତ ହୋଇ ଆସୁଛି । ପଡେଇକାନି ରେ ମଧ୍ୟ ପାଳିତ ହୋଇଛି ।c3e0cc07 403a 4216 a3ee 48fe8118ff7f ପଡେଇକାନି ରେ ମାଁ ଠାକୁରାଣୀଙ୍କ ବାଲାଣି ପର୍ଵ

ଏହି ବାଲାଣି ପର୍ବ ରେ ବାଜା, ମୋଇରୀ ବଜେଇ ପୂର୍ଵ ରାତ୍ରରେ ବେଜୁ, ବେଜୁଣି ମାନେ ନାଛନ୍ତି । ସେହି ସମୟରେ ବେଜୁ ବେଜୁଣି ଦେହରେ ଦେବୀ ପ୍ରଶ୍ନ ହୁଅନ୍ତି । ସେହି ବିଶ୍ଵାସ ରେ ଦୁଃଖୀ ଗାରିବି ମାନେ ମାନସିକ କାରିଥାନ୍ତି । ବାଲାଣି ସମୟରେ ଗାଁ କୁଟୁମ୍ବ ଘରକୁ ଘର ଟଙ୍କା ଆଦାୟ କରି ଗୋରୁ, ଛେଲି, ମେଣ୍ଢା, କୁକୁଡ଼ା, ପାରା, ନଡ଼ିଆ ଇତ୍ୟାଦି କୁ ପୂଜା କରୁଥିବା ଦେଖିବାକୁ ମିଳିଥାଏ ।