ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ବିଜେଡି ପ୍ରାଥୀ ପାଇଁ ମାରାଥନ ପ୍ରଚାର

0
298
ପଂଚାୟତ ରାଜ ମନ୍ତ୍ରୀ

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା, (୪/୨) : ବାଲିଗୁଡା ବ୍ଲକ ବିଜେଡ଼ି ସଭାପତି ଟୁନା ଦାସ ଙ୍କ ନେତୃତ୍ୱ ରେ ବାଲିଗୁଡା ପନ୍ଦର ନମ୍ବର ଜିଲ୍ଲା ପରିଷଦ ଜୋନ ସଲାଗୁଡା ପଂଚାୟତ ର ମେଲସିକିଆ ଠାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଅଛି l ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ବିଜେଡି ପ୍ରାଥୀ ପାଇଁ ମାରାଥନ ପ୍ରଚାର |5f76c541 43a3 4468 b3a6 29f37c749b53 ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ବିଜେଡି ପ୍ରାଥୀ ପାଇଁ ମାରାଥନ ପ୍ରଚାର

ଏହି ନିର୍ବାଚନ ସଭା ରେ ମାନ୍ୟବର ପଂଚାୟତ ରାଜ ମନ୍ତ୍ରୀ, ଆଇନ, ପାନୀୟ ଜଳ ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ପ୍ରଭାରୀ ପ୍ରତାପ ଜେନା ଯୋଗ ଦେଇ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ କର୍ମୀ ଙ୍କୁ ବିଜୟୀ ମନ୍ତ୍ର ଦେଇ ରାଜ୍ୟ ସରକାର ଙ୍କ ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ, ଘରକୁ ଘର ପାନୀୟ ଜଳ ସମେତ ନବୀନ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କ ରେ ଅବଗତ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ବାଲିଗୁଡା ବିଧାୟକ ଚକ୍ରମଣୀ କଂହର, ବାଲିଗୁଡା ବ୍ଲକ ସଭାପତି ଟୁନା ଦାସ, କନ୍ଧମାଳ ସାଂସଦଙ୍କ କନ୍ଧମାଳ ପ୍ରତିନିଧି ଦେବେନ୍ଦ୍ର ସାମଲ, ଜିଲ୍ଲା ସହ ପର୍ଯ୍ୟବେକ୍ଷକ କିଶୋର ମେହେର, ବାଲିଗୁଡା ନଗର ସାଂସଦ ପ୍ରତିନିଧି ଲୋକନାଥ ପାଢ଼ୀ ଙ୍କ ସମେତ ବରିଷ୍ଠ ବିଜେଡି ନେତୃ ବୃନ୍ଦ ଉପସ୍ଥିତ ରହିଥିଲେ l

ବାଲିଗୁଡା ବ୍ଲକ ର ପନ୍ଦର ନମ୍ବର ଜିଲ୍ଲା ପରିଷଦ ଜୋନ ର ବିଜେଡି ପାର୍ଥନୀ ନନ୍ଦିନୀ ମଲିକ ଙ୍କ ପାଇଁ ମେଲସିକିଆ ଠାରେ ମନ୍ତ୍ରୀ ତଥା କନ୍ଧମାଳ ପ୍ରଭାରୀ ପ୍ରତାପ ଜେନା ପ୍ରଚାର କରିଛନ୍ତି l ଜିଲ୍ଲା ପରିଷଦ ପାର୍ଥୀନୀ ନନ୍ଦିନୀ ମଲିକ ଙ୍କୁ ବିପୁଳ ଭୋଟ ରେ ଜିତେଇବା ପାଇଁ ଭୋଟ ମନ୍ତ୍ରୀ ପ୍ରତାପ ଜେନା ଲୋକ ଙ୍କୁ ନିବେଦନ କରିଛନ୍ତି l