ବାରପୁଡୁଗିଆ ହାୱା ଗାର୍ଡେନ ଖେଳ ପଡିଆରେ ୧୭ ତମ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
271
ବାରପୁଡୁଗିଆ ହାୱା ଗାର୍ଡେନ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, (୦୪/୦୨) : ଅଦ୍ୟ ତା ୦୪.୦୨.୨୦୨୨ ଦିନ ବାରପୁଡୁଗିଆ ହାୱା ଗାର୍ଡେନ ଖେଳ ପଡିଆରେ ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ୧୭ ତମ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।596e3ef2 db77 4167 87ae 996d9ae7fee9 ବାରପୁଡୁଗିଆ ହାୱା ଗାର୍ଡେନ ଖେଳ ପଡିଆରେ ୧୭ ତମ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସମାଜ ସେବୀ ଲଳିତ ନାୟକ ଏବଂ ଯୁବ କଳାକାର ଜ୍ୟୋତିରଂଜନ ପାଣିଗ୍ରାହୀ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ବାରପୁଡୁଗିଆ ହାୱା ଗାର୍ଡେନ ଖେଳ ପଡିଆରେ ଚମ୍ପିଅନ ଟ୍ରଫି ବିଜେତା ଦଳ ଏବଂ ପରାଜିତ ଦଳକୁ ପ୍ରଦାନ କରାଯାଇଥିଲା । ଭାଲୁପିଟା ଏବଂ ଚାଣ୍ଟିମୁଣ୍ଡା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ଭାଲୁପିଟା ଦଳ ବିଜୟ ହୋଇଥିଲା । ମୁଖ୍ୟ ଅତିଥି ସଦର ବ୍ଲକ ଅଧ୍ୟକ୍ଷ ଶ୍ରୀ ଗୋଲାପ ବାଗ, ବିଜୟ ମହଲା, ଶକୁନ୍ତଳା କାଲସାଏ, ଓକିଲ ନୀଳାଦ୍ରୀ ମିଶ୍ର, ରାମେଶ୍ବର ପଧାନ, ବିବେକ ବୁଡେକ୍, ପ୍ରମୋଦ କର୍ମୀ, ଗିରିଧାରୀ କାଲସାଏ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଖେଳ ପରିଚାଳକ ପୁରୁଷୋତ୍ତମ ବୁଡେକ୍, ଉମେଶ, ବିକି, ଚୈତନ୍ୟ ସାହୁ ପରିଚାଳନା କରିଥିଲେ । କମିଟି ସଭାପତି ଶ୍ରୀ ଜୟକୃଷ୍ଣ ମିଶ୍ର, ରିଙ୍କୁ, ମନୋଜ, ସଞ୍ଜୟ ନାଏକ, ମିଥୁନ, ଲବ ନାଗ, ରିଙ୍କୁ ନାହାକ, ଆକାଶ, କାଳିଆ, ଲିପୁ, ବଳରାମ, ପିଣ୍ଟୁ, ଧୋବା ମହଲା, ଦୀପକ, ସଚ୍ଚିକାନ୍ତ, ପ୍ରମୁଖ ଆୟୋଜନ କରିଥିଲେ ।