Friday, March 29, 2024

Top 5 This Week

Related Posts

ବରଯାତ୍ରୀ ଗାଡି ଗଛରେ ପିଟି ହୋଇ ଦୁର୍ଘଟଣା : ୩ ମୃତ ଓ ୬ ଗୁରୁତର ସହ ୨୨ ଆହତ

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା, (୪/୨) : କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ କୃଟିବାଲୀ ଠାରେ ବରଯାତ୍ରୀ ଗାଡି ୪୦୭ ପିକଅପ ଦୁର୍ଘଟଣା ଘଟି ତିନିଜଣ ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଉର୍ଦ୍ଧ ଆହତ ହୋଇ ଥିବା ସୂଚନା ମିଳିଛି |aa2e87eb 6b0b 4ae7 bddf 5773f034264b ବରଯାତ୍ରୀ ଗାଡି ଗଛରେ ପିଟି ହୋଇ ଦୁର୍ଘଟଣା : ୩ ମୃତ ଓ ୬ ଗୁରୁତର ସହ ୨୨ ଆହତ

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଶୁକ୍ରବାର ଦିନ ପୂର୍ବାହ୍ନ ୧୧ ଟା ସମୟରେ ଆଟାଲି ରୁ କୋଟଗଡର ମଦାଙ୍ଗୀ ଗ୍ରାମକୁ ବରଯାତ୍ରୀ ପାଇଁ ଏକ ୪୦୭ ପିକଅପ ବରଯାତ୍ରୀ ଗାଡି ଯୋଗେ ୪୦ ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଙ୍କୁ ନେଇ ଆସୁଥିବା ବେଳେ କ୍ରୁଟିବାଲି ନିକଟରେ ଟାୟାର ଫାଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା | ଫଳରେ ଘଟଣା ସ୍ଥଳରେ ତିନି ଜଣକ ମୃତ୍ୟୁ ହୋଇଛି | ମୃତକ ମହିଳା ମାନେ ହେଲେ ମେରାଗୁଡି଼ର ଗୁଣ୍ଡରମାଝି ବୟସ ୫୦, ଜସ୍ମିତା ଗୁଣ୍ଡରମାଝି ବୟସ ୩୫, ଅନମାଇ ଗୁଣ୍ଡରମାଝି ବୟସ ୧୯ ଓ ୩୦ ରୁ ଉର୍ଦ୍ଧ ଆହତ ଓ ଏକାଧିକ ଗୁରୁତରଙ୍କୁ ୨ ଟି ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ଡାକ୍ତରଖାନାକୁ ପଠାଯାଉଥିବା ଜଣାଇଛନ୍ତି ଡ଼ଃ ଦେବନାଥ ଦେ |3e3ccdaa c55e 4d3e 961f 9b40ed07a335 ବରଯାତ୍ରୀ ଗାଡି ଗଛରେ ପିଟି ହୋଇ ଦୁର୍ଘଟଣା : ୩ ମୃତ ଓ ୬ ଗୁରୁତର ସହ ୨୨ ଆହତ

ଅନ୍ୟପଟେ ଦୁର୍ଘଟଣାର କାରଣ ଖୋଜିବାକୁ କୋଟଗଡ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି | ଗାଡି ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଥିବା ସୂଚନା ମିଳିଛି | ବାଲିଗୁଡା ମେଡିକାଲରେ ଗୁରୁତର ୨୨ ଜଣକୁ ଚିକିତ୍ସା ଚାଲିଥିବା ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା ସୁପରିଟେଣ୍ଡଣ୍ଟ ଡାକ୍ତର ବିଜୟ କୁମାର ସୁର ସୂଚନା ଦେଇଛନ୍ତି | ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ କୁ ଚାରି ଜଣ ଗୁରୁତର ଆହତ ପଠାଯାଇ ଥିବା ସୂଚନା ମିଳିଛି |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles