Thursday, March 28, 2024

Top 5 This Week

Related Posts

ପତ୍ନୀଙ୍କ ପାଇଁ ପ୍ରଚାର କରି ଅଡୁଆରେ ରେଞ୍ଜର ବାବୁ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସମ୍ବଲପୁର, (୪/୨) : ପତ୍ନୀଙ୍କ ପାଇଁ ପ୍ରଚାର କରି ଅଡୁଆରେ ରେଞ୍ଜର ବାବୁ । ନିଜ ପତ୍ନୀଙ୍କ ନିର୍ବାଚନୀ ପୋଷ୍ଟର ଫେସବୁକରେ ଅପଲୋଡ୍ କରି ପ୍ରଚାର କରୁଥିଲେ ଦେବଗଡ ଜିଲ୍ଲା ରିଆମାଳ କେନ୍ଦୁପତ୍ର ବିଭାଗ ରେଞ୍ଜର ନିଳାଦ୍ରୀନାଥ ସାହୁ

ନିଳାଦ୍ରୀନାଥ ଙ୍କ ପତ୍ନୀ ଝରଣା ସାହୁ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ନାକଟିଦେଉଳ ପଂଚାୟତରେ ସମିତି ସଭ୍ୟା ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ତେବେ ନିଳାଦ୍ରୀ ତାଙ୍କ ପତ୍ନୀଙ୍କ ପାଇଁ ପ୍ରଚାର କରିବା ପାଇଁ ଫେସବୁକରେ ପୋଷ୍ଟର ପୋଷ୍ଟ କରିବା ସାଙ୍ଗକୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି ପ୍ରତିଦ୍ୱନ୍ଦୀ ସ୍ୱରୂପାରାଣୀ ସାହୁ । ତେବେ ଏ ନେଇ ସ୍ୱରୂପା ବିଡିଓ ଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ସେପଟେ ଫେସବୁକରେ ସମସ୍ତେ ପୋଷ୍ଟ କରୁଛନ୍ତି, ଏହା ଭୁଲ୍ ବୋଲି ମୋର ଧାରଣା ନ ଥିବା ନିଳାଦ୍ରୀ ପ୍ରତିକ୍ରିୟାରେ କହିଛନ୍ତି ।

Popular Articles