ଅlଡେନିଗଡ଼ ଗ୍ରାମ ପଞ୍ଚାୟତ ର ମାଧପୁର ଠାରେ ଖୁଦ୍ର କୁଟୀର ଶିଳ୍ପ ର ବିକାଶ କାର୍ଯ୍ୟକ୍ରମ

0
137
ଅlଡେନିଗଡ଼ ଗ୍ରାମ ପଞ୍ଚାୟତ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୩/୦୨) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅlଡେନିଗଡ଼ ଗ୍ରାମ ପଞ୍ଚାୟତ ର ମାଧପୁର ଠାରେ ନାବାର୍ଡ଼ ସହାୟତା ରେ ପିସଫୁଲ ସୋସାଇଟି ସହଯୋଗ ରେ ବାଣୀଶ୍ରୀ ପ୍ରଡୁସର କମ୍ପାନୀ ର ଏକ ଗ୍ରାମୀଣ ଦୋକାନ ଅଛି । ଯେଉଁ ଟା କି ୨୦୨୦ ମସିହା ଫେବୃଆରୀ ମାସରେ ଆରମ୍ଭ ହୋଇଥିଲା ।WhatsApp Image 2022 02 04 at 10.43.17 AM ଅlଡେନିଗଡ଼ ଗ୍ରାମ ପଞ୍ଚାୟତ ର ମାଧପୁର ଠାରେ ଖୁଦ୍ର କୁଟୀର ଶିଳ୍ପ ର ବିକାଶ କାର୍ଯ୍ୟକ୍ରମ

ଅlଡେନିଗଡ଼ ଗ୍ରାମ ପଞ୍ଚାୟତ ର ମାଧପୁର ଠାରେ ଏହି ଦୋକାନ ରେ ଲୋକମାନଙ୍କ ପାଖରୁ ଜଙ୍ଗଲ ଜାତ ଦ୍ରବ୍ୟ ଯଥା-ହଳଦୀ, ଝୁଣା, ମହୁ, ଫୁଲଝାଡୁ, ହରିଡା, ବହାଡ଼ା, ମାଣ୍ଡିଆ, ଅଁଳା ପ୍ରଭୃତି କଞ୍ଚାମାଲ କିଣା ଯାଇଥାଏ ଏବଂ ସେଗୁଡିକ ପୁନହ ପ୍ରସ୍ତୁତ କରି ସୁଲଭ ଦରରେ ଆଖ ପାଖ ର ପ୍ରାୟ ୨୦/୨୫ ଟା ଦୋକାନ ଓ ପାଖ ପଡୋଶୀ ଜିଲ୍ଲା ମାନଙ୍କୁ ଯୋଗାଇ ଦିଆ ଯାଇଥାଏ ।

ଏହାର ମୂଳ ଉଦ୍ଦେଶ୍ୟ ହେଲା ଆଖ ପାଖ ଅଞ୍ଚଳ ର SHG ଗ୍ରୁପ ର ମହିଳା ମାନଙ୍କୁ ସ୍ୱଭାବଲମ୍ବୀ କରିବା ଓ ଆର୍ଥିକ ଦୁରବସ୍ଥା ସୁଧାରିବା । ମହିଳା ମାନଙ୍କୁ ନାବାର୍ଡ଼ ତରଫରୁ ସ୍ୱତନ୍ତ୍ର ତାଲିମ ମଧ୍ୟ ଦିଆ ଯାଇଥାଏ । SHG ଗ୍ରୁପ ର ମହିଳା ମାନଙ୍କୁ ଖଲି ଚଉତି ତିଆରି, ବ୍ୟାଗ ସିଲେଇ, ହଳଦୀ ରୁ ଗୁଣ୍ଡ ହଳଦୀ ପ୍ରସ୍ତୁତ, ଧୂପକାଠି ତିଆରି, ମିଶଚର ତିଆରି ଇତ୍ୟାଦି ଅନେକ ତାଲିମ ନାବାର୍ଡ଼ ତରଫରୁ ଦିଆ ଯାଉଛି । ଯାହା ଫଳରେ ଏ ଅଞ୍ଚଳ ର ଅନେକ SHG ଗ୍ରୁପ ର ମାଁ ମାନେ ସ୍ୱଭାବଲମ୍ବୀ ହେବା ସହିତ ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି ।

ଏଥିପାଇଁ ସେମାନଙ୍କୁ ଆର୍ଥିକ ସହାୟତା ଋଣ ଆକାରରେ ଯୋଗାଇ ଦିଆଯାଇଛି । ଏହା ହେବା ଦ୍ୱାରା ଖାଉଟି ମାନେ ଠିକ ଜିନିଷ ଉଚିତ ମୂଲ୍ୟ ରେ ପାଇ ପାରୁଛନ୍ତି ଏବଂ ଏହାର ଚାହିଦା ମଧ୍ୟ ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏହାର ଦୈନିକ ବିକ୍ରି ପ୍ରାୟ ୫୦୦୦/୬୦୦୦ ହେଉଥିବାର ସୂଚନା ମିଳୁଛି । ଏଣୁ ଆଗକୁ ଯଦି ପ୍ରଶାସନ ତରଫରୁ ଆଉ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଏ ତା ହେଲେ ଅଞ୍ଚଳ ରେ ଖୁଦ୍ର କୁଟୀର ଶିଳ୍ପ ର ବିକାଶ ଦ୍ଵିଗୁଣିତ ହେବ ବୋଲି ଆଶା କରାଯାଉଛି ।