ଶୁଭମ ସ୍ମାରକୀ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସରେ ଚାରିଶମ୍ଭୁ ବିଜୟୀ

0
196
ଶୁଭମ ସ୍ମାରକୀ ଗ୍ରାମାଞ୍ଚଳ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୦୩/୦୧) : ବୋୖଦ୍ଧ ଜିଲ୍ଲା ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିପଦର ମହାଳିଙ୍ଗ ଖେଳ ପଡ଼ିଆରେ ଶୁଭମ ସ୍ମାରକୀ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ବର୍ଷ ର ଚତୁର୍ଥ ଦିନ ର ଖେଳ ହୋଇଯାଇଛି । ଖେଳ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ୱ କରିଥିଲେ |

ଏହି ଖେଳ ର ପ୍ରଥମ ମ୍ୟାଚ ପିଙ୍ଗଲା ବେଡାକୁ ହରାଇ ଖୁଣ୍ଟବନ୍ଧ ଦଳ ୭୬ ରନ କରି ବିଜୟ ଲାଭ କରିଥିଲା । ଦ୍ୱିତୀୟ ମ୍ୟାଚ ରେ ମୁଣ୍ଡିପଦର ଷ୍ଟାରସ୍ପଷ୍ଟ ଓ ଚାରିଶମ୍ବୁ ମଧ୍ୟରେ ଖେଳରେ ହୋଇଥିଲା । ଏହି ଖେଳରେ ଚାରିଶମ୍ବୁ ଦଳ ୭୬ ରନ କରିଥିବା ବେଳେ ୫୦ ରନ କରି ମୁଣ୍ଡିପଦର ପରାସ୍ତ ହୋଇଥିଲା । ତୃତୀୟ ମ୍ୟାଚ ଚାରିଶମ୍ଭୁ ଖୁଣ୍ଟବନ୍ଧ କୁ ୩୩ ରନ କରି ବିଜୟୀ ହୋଇଥିଲା | ଶୁଭମ ସ୍ମାରକୀ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସ ଖେଳରେ ମୁଖ୍ୟ ଅତିଥି ଭାବେ ରିଙ୍କୁ ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ଅକ୍ଷ ଜଗଦଲ। ଯୋଗଦେଇ ଥିଲେ ।

ଆକାଶ ଦ୍ୱୀପ, ସୁଧୀର ପଣ୍ଡା। ଓ ବବୁନ ଦ୍ୱୀପ ,ଖେଳ ପରିଚାଳନା କରିଥିବା ବେଳେ ଧାରା ବିବରଣୀ ପ୍ରଦାନ କରିଥିଲେ ସତ୍ୟବ୍ରତ ବେହେରା । ସଂଜୀବ ମେଣ୍ଡିଲି, ପଦ୍ମନାଭ ଖାଙ୍କର, ଅଂଶୁମାନ ସାହୁ, ସୁଶାନ୍ତ ଘଡେଇ, ହେମାନଦ କର୍ଣ୍ଣ, ସୁନୀଲ ମହାରଣା ଓ ମୁଣ୍ଡିପଦର ଗ୍ରାମବାସୀ ଏହି ଖେଳରେ ସହଯୋଗ ର ହାତ ବଢ଼ାଇଥିଲେ ।