ନାରାୟଣପୁର ପଞ୍ଚାୟତ ଠାରେ କଂଗ୍ରେସ ପକ୍ଷରୁ ଜବରଦସ୍ତ ପ୍ରଚାର ଆରମ୍ଭ

0
495
ନାରାୟଣପୁର ପଞ୍ଚାୟତ ଠାରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୩/୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ଠାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ଦଳ ପକ୍ଷରୁ ଗାଁ ଗାଁ ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।d1db7dff 2720 460d 80bc a622ce5d58cb ନାରାୟଣପୁର ପଞ୍ଚାୟତ ଠାରେ କଂଗ୍ରେସ ପକ୍ଷରୁ ଜବରଦସ୍ତ ପ୍ରଚାର ଆରମ୍ଭ

ଆଜି କଂଗ୍ରେସ ଦଳ ପକ୍ଷରୁ ନାରାୟଣପୁର ଠାରେ ସରପଞ୍ଚ ପ୍ରାର୍ଥୀ ଧନସିଂ ତିମାକା, ସମିତି ସଭ୍ୟା ଲଳିତା ହିକକା, ୧୨ ଟି ୱାର୍ଡ ର ସଭ୍ୟା ସଭ୍ୟ ପ୍ରମୁଖ ସମେତ ଦଳୀୟ କର୍ମୀ ନେତା ପ୍ରମୁଖ ଉପସ୍ଥିତ ରହି ଗାଁ ଗାଁ ବୁଲି ନିଜ ନିଜ ପ୍ରାର୍ଥୀ ଚିହ୍ନ ଦେଇ ସେଥିରେ ମୋହର ମାରି ଜିତାଇବାକୁ ଭୋଟର ଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି । ବୁଧବାର ଦିନ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସଦରରେ ପ୍ରଚାର ଆରମ୍ଭ କରିଥିବା ବେଳେ ଆଜି କଂଗ୍ରେସ ପକ୍ଷରୁ ନାରାୟଣ ପୁର ପଞ୍ଚାୟତ ଠାରୁ ପ୍ରଚାର ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।