ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୩/୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ଠାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ଦଳ ପକ୍ଷରୁ ଗାଁ ଗାଁ ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।
ଆଜି କଂଗ୍ରେସ ଦଳ ପକ୍ଷରୁ ନାରାୟଣପୁର ଠାରେ ସରପଞ୍ଚ ପ୍ରାର୍ଥୀ ଧନସିଂ ତିମାକା, ସମିତି ସଭ୍ୟା ଲଳିତା ହିକକା, ୧୨ ଟି ୱାର୍ଡ ର ସଭ୍ୟା ସଭ୍ୟ ପ୍ରମୁଖ ସମେତ ଦଳୀୟ କର୍ମୀ ନେତା ପ୍ରମୁଖ ଉପସ୍ଥିତ ରହି ଗାଁ ଗାଁ ବୁଲି ନିଜ ନିଜ ପ୍ରାର୍ଥୀ ଚିହ୍ନ ଦେଇ ସେଥିରେ ମୋହର ମାରି ଜିତାଇବାକୁ ଭୋଟର ଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି । ବୁଧବାର ଦିନ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସଦରରେ ପ୍ରଚାର ଆରମ୍ଭ କରିଥିବା ବେଳେ ଆଜି କଂଗ୍ରେସ ପକ୍ଷରୁ ନାରାୟଣ ପୁର ପଞ୍ଚାୟତ ଠାରୁ ପ୍ରଚାର ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।