Related Contents

ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ହେଲା କିପରି ?

କଟକ (ଓଡିଶା ନ୍ୟୁଜ୨୪): ଓଡ଼ିଆ ଫିଲ୍ମ ଜଗତର ଅଭିନେତ୍ରୀ ନିକିତା ମହାନ୍ତିଙ୍କ ମୃତ୍ୟୁ ସନ୍ଦେହ ଘେରରେ | ଓଡିଆ ଫିଲ୍ମ ଜଗତର ଆଗଧାଡିର ଅଭିନେତ୍ରୀ ନିକିତାଙ୍କର ଗତକାଲି ମୃତ୍ୟୁ ହୋଇଛି । ଛାତରୁ ପଡିଯିବା ପରେ ତାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି ।

ତେବେ କେଉଁ କାରଣ ପାଇଁ ଏବଂ କିଭଳି ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ସେନେଇ ଏବେ ରହସ୍ୟ ଲାଗିରହିଛି । ପରିବାରଲୋକେ କିଛି ମୁହଁ ଖୋଲୁନଥିବା ବେଳେ ନିକିତାଙ୍କ ମୃତ୍ୟୁ ପଛରେ ଆଉ କଣ କାରଣ ହୋଇପାରେ ସେ ନେଇ ଚାଲିଛି ଖୋଳତାଡ । ଓଡିଶାର ଘରେ ଘରେ ପରିଚିତ ଏସିପି ନିକିତାଙ୍କ ଆକ୍ସନ ଆଉ ଦେଖିବାକୁ ମିଳିବନି ।ସଂଦେହଜନକ ଭାବେ ତାଙ୍କର ମୃତ୍ୟୁ ହୋଇଛି । ମହାନଦୀ ବିହାରସ୍ଥିତ ନିଜଘରେ ପ୍ରାଣ ହରାଇଛନ୍ତି ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରା । ସୂଚନା ଅନୁସାରେ ନିକିତା ଛାତ ଉପରୁ ତଳକୁ ଖସି ପଡିଥିଲେ । ହେଲେ କିପରି ଏହି ଅଘଟଣ ଘଟିଥିଲା ସେନେଇ ସଂଦେହ ଉପୁଜିଛି । ତାଙ୍କ ମୁଣ୍ଡରେ ଏବଂ ଦେହରେ ଗଭୀର ଆଘାତ ଲାଗିଥିଲା । ନିକିତାଙ୍କୁ ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଅପରେସନ କରାଯାଇଥିଲେ ବି ନିକିତାଙ୍କୁ ବଂଚାଇ ପାରିନଥିଲେ ଡାକ୍ତର । ନିକିତାଙ୍କ ମୃତ୍ୟୁ ପରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି ।


ଏବେ ପ୍ରଶ୍ନ ଉଠୁଛି ନିକିତା ଆତ୍ମହତ୍ୟା କରିଛନ୍ତି ନା ଘଟିଥିଲା ଦୁର୍ଘଟଣା ? ୧. କେମିତି ଛାତ ଉପରୁ ଖସିପଡିଲେ ନିକିତା?
୨. ଅଘଟଣ ପଛରେ ରହିଛି କି ଆଉ କାହାର ହାତ? ୩. କାହା ସହିତ ନିକିତାଙ୍କ ପୂର୍ବଶତ୍ରୁତା ଥିଲା କି? ୪. ନିକିତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ସଂପର୍କ ଥିଲା କିପରି? ୫. ପାରିବାରିକ ଝଗଡା କାରଣ ନୁହେଁ ତ? ପରିବାରଲୋକେ ଗଣମାଧ୍ୟମ ଆଗରେ କିଛି ବି ମୁହଁ ଖୋଲୁନଥିବା ବେଳେ ଏବେ ଏମିତି କିଛି ପ୍ରଶ୍ନର ଉତ୍ତର ଖୋଜା ଚାଲିଛି । ତେବେ ମର୍କତ ନଗର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅପେକ୍ଷା ରହିଛି ପୋଷ୍ଟମର୍ଟମ ରିପୋର୍ଟକୁ ।

Comments are closed.