Friday, March 29, 2024

Top 5 This Week

Related Posts

ସରକାରୀ ବାବୁ ଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଗଲେ ଭିଜିଲାନ୍ସ ଅଧିକାରୀ

ରିପୋର୍ଟ : ଆରୁଶ୍ରୀ //
ନୂଆପଡା, (୦୩/୦୨) : ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ବାବୁ । ନୂଆପଡା ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ବାସଭବନରେ ଆୟବହିର୍ଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ ।

ଚଢାଉ ବେଳେ ସରକାରୀ ବାବୁ ଙ୍କ ବହୁମୂଲ୍ୟ ସମ୍ପତ୍ତି ର କୋଠା, ବ୍ୟାଙ୍କ ଆକାଉଣ୍ଟର ଜମା ନଗଦ ରାଶି ଠାବ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ସହକାରୀ ଯୋଗାଣ ଅଧିକାରୀଙ୍କ ଘରୁ ମୋଟ ୬ କୋଟି ୭୩ ଲକ୍ଷ ଟଙ୍କା ର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ନୂଆପଡା ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ

କଟକ ବାଲିସାହି ସ୍ଥିତ ତାଙ୍କ ବାସଭବନରେ ଚଢାଉ ବେଳେ ପୁଳା ପୁଳା ସୁନା ଓ ରୁପାର ଅଳଙ୍କାର, କୋଟି କୋଟି ଟଙ୍କା ର ସମ୍ପତ୍ତି ଦେଖି କାବା ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ । ଭିଜିଲାନ୍ସ ଜାଲରେ କୁବେର ଯୋଗାଣ ଅଧିକାରୀ । କଟକ, ନୂଆପଡା ସମେତ ୬ଟି ସ୍ଥାନରେ ଚଢାଉ । କୁବେର ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ କଟକ ସ୍ଥିତ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରିଛି ।

ମଧୁପାଟଣା ବାଲିସାହି ଓ ଚାଉଳିଆଗଞ୍ଜ ଘର ସମେତ ବାଲିସାହି କଲ୍ୟାଣ ମଣ୍ଡପ, ଚୌଦ୍ୱାର ଏବଂ ନୂଆପଡା ଅଫିସ ଓ ଭଡା ଘରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । ଚଢାଉ ବେଳେ ୧ କୋଟି ୧୩ ଲକ୍ଷ ଟଙ୍କା ର କେବଳ ଜୀବନ ବୀମା ପ୍ରିୟିୟମ କୁବେର ବାବୁ ଦେଇଥିବା ଜଣାପଡିଛି । ୧୩ ଟି ବ୍ୟାଙ୍କ ଆକାଉଣ୍ଟ ରୁ କେବଳ ୟୁକେ ବ୍ୟାଙ୍କରେ ରହିଛି ୮୭ ଲକ୍ଷ ଟଙ୍କାର ଜମା ରାଶି । ୮୮ ଲକ୍ଷ ଟଙ୍କା ଥିବା ୧୨ ଟି ଫିକ୍ସ ଡିପୋଜିଟ୍ । ଚାଉଳିଆଗଞ୍ଜରେ ୧୩ ହଜାର ସ୍କୋୟାରଫୁଟରେ ତିଆରି ୩ ମହଲା କୋଠା, ଯାହାର ମୂଲ୍ୟ ୨ କୋଟି ହେବ ବୋଲି ଆକଳନ କରିଛି ଭିଜିଲାନ୍ସ ।

ସେହିପରି ବାଲିସାହି ଅଞ୍ଚଳରେ ଏକ ୨ ମହଲା କୋଠା ଏବଂ ମଧୁପାଟଣା ବାଲିସାହି ଅଞ୍ଚଳରେ ନଟରାଜ ପ୍ୟାଲେସ ନାଁରେ ଏକ କଲ୍ୟାଣ ମଣ୍ଡପ ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ନାଁରେ ରହିଛି । ଚୌଦ୍ୱାର ଓରନ୍ଦାରେ ପାଚେରୀ ସହିତ ଏକ ୩ ଏକର ଜମି ଓ ଘର ଠାବ କରିଛି ଭିଜିଲାନ୍ସ । ଏସବୁ ସମ୍ପତି ରତ୍ନାକର ସେଠୀ ବେଆଇନ ଉପାୟରେ ଅର୍ଜନ କରିଥିବା ସନ୍ଦେହ କରୁଛି ଭିଜିଲାନ୍ସ ବିଭାଗ ।

ରତ୍ନାକର ସେଠୀଙ୍କ କଟକ ବାଲିସାହି ସ୍ଥିତ ବାସଭବନ ରୁ ୪୯୮ ଗ୍ରାମର ସୁନା ଗହଣା, ଅଢେଇ କେଜି ପାଖାପାଖି ରୁପା ଗହଣା ଜବତ ହୋଇଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି । ଘରେ ଥିବା ମୂଲ୍ୟବାନ କାଠ ମୂର୍ତ୍ତି ମଧ୍ୟ ଜବତ କରିଛି ଭିଜିଲାନ୍ସ । ତେବେ ଏତେ ସମ୍ପତ୍ତି ସତ୍ୱେ ନୂଆପଡା ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠୀ ୨୦ ଲକ୍ଷ ଟଙ୍କା ର ଏକ ରୁଣ କରିଥିବା ଜଣାପଡିଛି ।

Popular Articles