Saturday, August 8, 2020
Home District News ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରଦୀପ ମହାରଥୀ, ପିପିଲି ପୀଡ଼ିତାଙ୍କ ସଂପର୍କରେ ବିବାଦୀୟ ବୟାନ ମହଙ୍ଗା...

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରଦୀପ ମହାରଥୀ, ପିପିଲି ପୀଡ଼ିତାଙ୍କ ସଂପର୍କରେ ବିବାଦୀୟ ବୟାନ ମହଙ୍ଗା ପଡ଼ିଲା

ଭୁବନେଶ୍ୱର (ଯୋଡିହସ ନ୍ୟୁଜ୨୪): ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଦୀପ ମହାରଥୀ । କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପଦରୁ ମହାରଥୀ ଆଜି ଇସ୍ତଫା ଦେଇଥିବା ସୂଚନା ରହିଛି । ପିପିଲି ପୀଡ଼ିତା ପ୍ରଂସଗରେ ବିବାଦୀୟ ମନ୍ତବ୍ୟ ଦେବା ମହାରଥୀଙ୍କୁ ମହଙ୍ଗା ପଡ଼ିଛି।

ପିପିଲି ମାମଲା ନେଇ କୋର୍ଟରୁ ରାୟ ଆସିବା ପରେ ମହାରଥୀ ତାତ୍ସଲ୍ୟ କରିଥିଲେ । ସେ ତାତ୍ସଲ୍ୟ କରି କହିଥିଲେ କି ‘ସତ୍ୟର ଜୟ ହୋଇଛି, ପୀଡ଼ିତାଙ୍କୁ ନ୍ୟାୟ ମିଳିଛି’ । ମହାରଥୀଙ୍କ ଏପରି ବୟାନ ଶୁଣିବା ପରେ ସେ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳ କଂଗ୍ରେସ ଓ ବଜେପି ପକ୍ଷରୁ ଦାବି ହୋଇଥିଲା । ମହିଳା କଂଗ୍ରେସ ପ୍ରଦୀପଙ୍କ ପୋଷ୍ଟରକୁ ଅଣ୍ଡା ମାଡ଼ କରିଥିବା ବେଳେ ବିଜେପି ମହିଳା ମୋର୍ଚା ମଧ୍ୟ ପ୍ରଦୀପଙ୍କ ଇସ୍ତଫା ଦାବି କରି ରାସ୍ତାକୁ ଓହ୍ଲାଇ ଥିଲା । ପିପିଲି ପୀଡ଼ିତା ପ୍ରଂସଗରେ ବିବାଦୀୟ ରାୟ ଦେବା ପରେ ତାଙ୍କ ଉପରେ ଦଳରୁ ଚାପ ବଢ଼ିଥିଲା । ତେବେ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ ନବୀନ ମଧ୍ୟ ପ୍ରଦୀପଙ୍କ ଉପରେ ଅସନ୍ତୋଷ ଥିଲେ ବୋଲି ଗଣମାଧ୍ୟରେ ପ୍ରକାଶ ପାଇଥିଲା । ମହାରଥୀଙ୍କୁ ଇସ୍ତଫା ଦେବା ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିବା ସୂଚନା ରହିଛି । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ଅବସରରେ ବାରିପଦାଠାରେ ଆୟୋଜିତ ସମାବେଶରେ ନବୀନଙ୍କ ମହିଳା ସଶକ୍ତୀକରଣକୁ ନେଇ କଠୋର ସମାଲୋଚନା କରିଥିଲେ ।

ସିଧା ସଳଖ ଏହି ପିପିଲି ଘଟଣାର ଅବତାରଣା କରିଥିଲେ । ଠିକ ଭାବରେ ତଦନ୍ତ ହୋଇ ନ ଥିବା କହି ଦୋଷୀକୁ ଖସାଇ ଦିଆଯାଇଥିବା ନେଇ ଅଭିଯୋଗ କରି ନବୀନଙ୍କ କାର୍ଯ୍ୟଦକ୍ଷତା ଉପରେ ଆଙ୍ଗୁଠୀ ଦେଖାଇଥିଲେ । ଆଉ ସାନୀ ତଦନ୍ତ କରି ଅପରାଧୀକୁ କଠୋର ଦଣ୍ଡ ଦେବାକୁ କହିଥିଲେ । ମୋଦିଙ୍କ ଏହି କଟାକ୍ଷ ପରେ ଶେଷରେ ଆଜି ନବୀନଙ୍କ ନିର୍ଦ୍ଦେଶ ପାଇ ମହାରଥୀ ପଦବୀରୁ ଇସ୍ତଫା ଦେଇଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

ବନ୍ଧୁଗାଁ ବ୍ଲକରେ ବିଜେଡି ଜୋନାଲ କମିଟିର ବୈଠକ ଆୟୋଜନ ଓ ଆଲୋଚନା ଚକ୍ର

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା ୬:୮:୨୦): ବନ୍ଧୁଗାଁ ବ୍ଲକର କୁଟ୍ରାବେଡା ଓ କୁମ୍ଭାରୀପୁଟ ମଧ୍ୟସ୍ତ ସ୍ଥାନରେ ବିଜେଡି ଦଳ ତରଫରୁ ପଣ୍ଡିତ ବିଷୟଙ୍କ ଏକ ଜୋନାଲ କମିଟି ଓ ଆଲୋଚନା ଚକ୍ର...

ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୬ ୵ ୮ ): କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁଁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା...

Recent Comments

%d bloggers like this: